ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ 'ପବଲା'

ସ୍ଵାଧୀନତାର ସାତଦଶନ୍ଧି ବିତି ଗଲାଣି । ତଥାପି ଲୋକଙ୍କୁ ମିଳିନି ସେମାନଙ୍କ ମୌଳିକ ଅଧିକାର । ଶିଳ୍ପ ସହର ଅନୁଗୋଳର ଏପରି ଏକ ଗାଁ ପବଲା, ଯାହା ସମ୍ପର୍କରେ ଆପଣଙ୍କୁ ଭାବିଲେ ବି ଆଶ୍ଚର୍ଯ୍ୟ ଲାଗିବ । ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨୫ କିଲୋମିଟର ଦୂର କିନ୍ତୁ ପ୍ରଶାସନ ପାଇଁ ଏହା ଅପହଞ୍ଚ । ନା ଅଛି ଶିକ୍ଷା ନା ମିଳୁଛି ପିଇବା ପାଇଁ ବିଶୁଦ୍ଧ ପାଣି । ଗମନାଗମନ କଥା ନ କହିବା ଭଲ । ନାହିଁନାହିଁରେ ବିତୁଛି ଗାଁ ଲୋକଙ୍କ ଜୀବନ । ଏଭଳି ଗାଁର ସ୍ଥିତି ପରଖିବା ପରେ ଆମର ସ୍ବତନ୍ତ୍ର ରିପୋର୍ଟ...

author img

By

Published : Jun 25, 2019, 12:08 PM IST

Updated : Jun 25, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଏକ ଅପହଞ୍ଚ ଗାଁ ପବଲା । ସ୍ଵାଧୀନତାର ସାତ ଦଶନ୍ଧି ପରେ ବି ଅନ୍ଧାରିମୂଲକ ଭାବେ ଅବହେଳିତ ହୋଇ ପଡି ରହିଛି ଏହି ଗାଁ । ଅନୁଗୋଳ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଗାଁଟି ଥିଲେ ବି ଏଠି ପଡିନି ପ୍ରଶାସନର ପାଦ । ସର୍ବଶିକ୍ଷା ଅଭିଯାନର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଏଠି ଯେମିତି ବାଟ ହୁଡିଛି । ଛୋଟ ଛୋଟ ପିଲାଙ୍କୁ ପାଠ ପଢିବାକୁ ଆସିବାକୁ ପଡୁଛି ଗାଁ ଠାରୁ ୪ ରୁ ୫ କିଲୋମିଟର ବାଟ । ତାହା ପୁଣି ବିପଦସଙ୍କୁଳ ଜଙ୍ଗଲିଆ ରାସ୍ତାରେ । ସକାଳୁ ସ୍କୁଲ ଆସିଲେ ରାତିରେ ଘରକୁ ଫେରନ୍ତି । ଯିବାଆସିବା ରାସ୍ତାରେ ରହିଛି ବନ୍ୟଜନ୍ତୁଙ୍କ ଭୟ । ସବୁଠାରୁ ବଡ କଥା ହେଉଛି ଗାଁରେ ଅଙ୍ଗନଓ୍ବାଡ଼ି ସେଣ୍ଟରଟିଏ ମଧ୍ୟ ନାହିଁ । ତେଣୁ କୁନି ପିଲାଏ ସେ ବ୍ୟବସ୍ଥାରୁ ମଧ୍ୟ ବଞ୍ଚିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗାଁର ପିଲାଏ ଗାଁ ଠାରୁ ୫ କିଲୋମିଟର ଦୂରରେ ଥିବା କରତପଟା ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି । ଯିଏ ବିପଦକୁ ବରଣ କରି ସ୍କୁଲ ଆସିଛି ସିଏ ଚତୁର୍ଥରୁ ପଞ୍ଚମ ଯାଏଁ ପାଠ ପଢିଛି । ଯିଏ ଆସିନି ସିଏ ଅପାଠୁଆ ହୋଇ ରହିଯାଇଛି । କହିବାକୁ ଗଲେ ଆଜିଯାଏଁ କେହିବି ଗାଁରେ ମାଟ୍ରିକ ପାସ କରି ନାହାଁନ୍ତି । ଏ ସମ୍ପର୍କରେ ଗାଁ ସଭାପତିଙ୍କ କହିବା କଥା ଗାଁକୁ କେହିବି ସରକାରୀ ବାବୁ କି ନେତା କେବେ ଆସନ୍ତି ନାହିଁ । କେବଳ ଭୋଟ ଆସିଲେ ସରପଞ୍ଚ ଆସେ । ଯାହା ପାଇଁ ତାଙ୍କ ଗାଁରେ ଥିବା ସମସ୍ୟା ବାବଦରେ କେହିବି ଜାଣନ୍ତି ନାହିଁ । ଭୋଟ ବେଳେ ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଏ । ଖାଲି ଯେ ଗାଁରେ ଶିକ୍ଷାର ବ୍ୟବସ୍ଥା ନାହିଁ ତାହା ନୁହେଁ, ଗାଁ ଲୋକଙ୍କୁ ମୁନ୍ଦାଏ ଭଲ ପିଇବା ପାଣି ମିଳୁଛି ନା ଗାଁକୁ ଭଲ ରାସ୍ତାଟିଏ ଅଛି ।

ଭୌଗୋଳିକ ଦୃଷ୍ଟି କୋଣରୁ ଦେଖିଲେ ଅନୁଗୋଳ ବ୍ଲକର ନନ୍ଦପୁର ପଞ୍ଚାୟତ ଅଧୀନରେ ରହିଛି ଏହି ଗାଁଟି । ଜଙ୍ଗଲ ରାସ୍ତା ଅତିକ୍ରମ କରି ପାହାଡ ଡେଇଁଲେ ଏହି ଗାଁ । ଗାଁରେ ରହିଛି ୨୫ରୁ ୩୦ଟି ଘର । ଲୋକ ସଂଖ୍ୟା ୧୦୦ରୁ ଅଧିକ । ସମସ୍ତେ ପ୍ରାୟ ଆଦିବାସୀ ଶ୍ରେଣୀର । ଯିଏ ଯାହା ଚାଷ କରନ୍ତି ତାକୁ ଫସଲ ଜନ୍ତୁ ଉଜାଡି ଦିଅନ୍ତି । ଯାହାଙ୍କ ପାଇଁ ଜଙ୍ଗଲ ବିଭାଗ ମଧ୍ୟ ଆଖି ବୁଜି ଦେଇଛି । ଗାଁର ସମସ୍ୟା ସମ୍ପର୍କରେ ଆମେ ଅନୁଗୋଳ ଜିଲ୍ଲାପାଳଙ୍କୁ ଜଣାଇଥିଲୁ । ଖୁବଶୀଘ୍ର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହି ଗାଁର ସମସ୍ୟା ସମାଧାନ କରିବାକୁ କହିଛନ୍ତି ତତ୍କାଳୀନ ଜିଲ୍ଲାପାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
Last Updated : Jun 25, 2019, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.