ETV Bharat / state

ଚାକିରୀ ପାଇଁ ସରକାରୀ ବାବୁଙ୍କ ଗୋଡ଼ ତଳେ ପଡ଼ିଗଲେ ଜମିହରା - ଜରଡ଼ାରେ ଜମି ପାଇଁ ଆନ୍ଦୋଳନ

କୋଇଲା ଖଣି ଆରମ୍ଭ ହେବାପରେ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି । ନିଯୁକ୍ତି ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସର ଗୋଡ଼ ତଳେ ପଡିଗଲେ କୋଇଲା ଖଣି କ୍ଷତିଗ୍ରସ୍ତ । ଅଧିକ ପଢ଼ନ୍ତୁ...

ଚାକିରୀ ପାଇଁ ସରକାରୀ ବାବୁଙ୍କ ଗୋଡ଼ ତଳେ ପଡ଼ିଲେ ଜମିହରା

author img

By

Published : Jun 25, 2021, 4:17 PM IST

ଅନୁଗୋଳ: କୋଇଲା ଖଣି ଆରମ୍ଭ ହେବା ପରେ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି । ନିଯୁକ୍ତି ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସର ଗୋଡ଼ ତଳେ ପଡିଲେ କୋଇଲା ଖଣି କ୍ଷତିଗ୍ରସ୍ତ । ଅନୁଗୋଳ ଜିଲ୍ଲାରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ଚାକିରୀ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି କ୍ଷତିଗ୍ରସ୍ତ ।

ଚାକିରୀ ପାଇଁ ସରକାରୀ ବାବୁଙ୍କ ଗୋଡ଼ ତଳେ ପଡ଼ିଲେ ଜମିହରା

ଅନୁଗୋଳ ଜିଲ୍ଲାରେ ଥିବା କଣିହାଁ ଓପନ କାଷ୍ଟ କୋଇଲା ଖଣି ଯୋଗୁଁ ଜରଡ଼ା ପଞ୍ଚାୟତର ଛଅଟି ଗାଁ କ୍ଷତିଗ୍ରସ୍ତ ହେଉଛି । ଏହି ଖଣି ଆରମ୍ଭ ହେବା ପରେ ପଞ୍ଚାୟତର ଜମାନିଆ, ମାଲପସୀ, ଗୁଣ୍ଡୁରୀ ନାଳୀ, ଜରଡ଼ା ଭଳି ଛଅଟି ଗାଁ ଲୋକେ ଜମି ହରାଇଛନ୍ତି । 2016 ମସିହାରୁ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବାକୁ ନୋଟିସ ଜାରି କରାଯାଇଛି ।

ନିୟମ ଅନୁସାରେ ନୋଟିସ ପରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବା କଥା । କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି । ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତ ଗାଁ ଲୋକେ କଣିହାଁ ଓପିସି ସମ୍ମୁଖରେ ଧାରଣାରେ ବସିଥିଲେ। ଆନ୍ଦୋଳନ ପରେ ସମାଧାନ ପାଇଁ ବୈଠକ ମଧ୍ୟ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ଶ ବାହାରି ପାରିନଥିଲା ।

ବୈଠକରେ କୌଣସି ସମାଧାନ ନ ହେବାରୁ କ୍ଷତିଗ୍ରସ୍ତମାନେ ଅଧିକାରୀଙ୍କ ଗୋଡ଼ ତଳେ ପଡ଼ି ଚାକିରୀ ପାଇଁ ନେହୁରା ହୋଇଥିଲେ । ପୂର୍ବରୁ କିଛି କ୍ଷତିଗ୍ରସ୍ତଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ କର୍ତ୍ତୃପକ୍ଷ ଆଉ ସେମାନଙ୍କୁ ଚାକିରୀରେ ରଖୁ ନଥିବା ଅଭିଯୋଗ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.