ETV Bharat / state

ଅନୁଗୋଳରେ ପ୍ରବଳ ଶୀତ ଅନୁଭୂତ, ଚିନ୍ତାରେ ଜିଲ୍ଲାବାସୀ - ଅନୁଗୋଳରେ ପ୍ରବଳ ଶୀତ ଅନୁଭୂତ

ଜିଲ୍ଲାରେ ଗତ କିଛି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି, ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

Anugul experiences severe winter this year
ଅନୁଗୋଳରେ ପ୍ରବଳ ଶୀତ ଅନୁଭୂତ, ଚିନ୍ତାରେ ଜିଲ୍ଲାବାସୀ
author img

By

Published : Jan 4, 2021, 12:30 PM IST

ଅନୁଗୋଳ: ଜିଲ୍ଲାରେ ଜାରି ରହିଛି ଶୀତର ଲହରୀ । କାଠୁଆ ଜାଡ଼ରେ ଥରୁଛି ସହର । ସହରାଞ୍ଚଳରେ ଶୀତର ପ୍ରକୋପ କମ ରହିଥିବା ବେଳେ ଗ୍ରାମାଞ୍ଚଳରେ ଅଧିକ ଅନୁଭୂତ ହେଉଛି । ତେବେ ଆଗକୁ ଆହୁରି ଶୀତ ବଢିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୋଳରେ ପ୍ରବଳ ଶୀତ ଅନୁଭୂତ, ଚିନ୍ତାରେ ଜିଲ୍ଲାବାସୀ

ଜିଲ୍ଲାରେ ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଶୀତ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଛି। ଲୋକେ ଦିନ ରାତି ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳୁଛି । ଶୀତର ପ୍ରକୋପ ଯୋଗୁଁ ଅଧିକାଂଶ ଲୋକ ସକାଳ ୧୦ଟା ବାଜିଲେ ଘରୁ ବାହାରୁଛନ୍ତି ।

ସେପଟେ ଶୀତ ଯୋଗୁଁ କାମଧନ୍ଦା କରିବାକୁ ଯାଇ ପାରୁ ନାହାନ୍ତି । ସକାଳୁ ଘନ କୁହୁଡି ଲାଗୁ ରହୁଥିବା ବେଳେ କାକର ମଧ୍ୟ ପଡୁଛି । ଆଗକୁ କିଛି ଦିନ ଆହୁରି ଶୀତ ବଢିବାର ଆଶଙ୍କା ଥିବାରୁ ଜିଲ୍ଲାବାସୀ ଚିନ୍ତାରେ ପଡ଼ି ଯାଇଥିବା କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.