ETV Bharat / state

ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ - ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ

ଅନୁଗୋଳ DWO ଚାରୁଲତା ମଲ୍ଲିକ ନିଜ ରୋଷେୟା ଠାରୁ 49 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଧରାପଡିଲେ  ସରକାରୀ ବାବୁଆଣୀ
ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ
author img

By

Published : Mar 4, 2021, 8:03 PM IST

ଅନୁଗୋଳ: ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ । ଅନୁଗୋଳ DWO ଚାରୁଲତା ମଲ୍ଲିକ ନିଜ ରୋଷେୟା ଠାରୁ 49 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩ ମାସର ଦରମା କରାଇବା ପାଇଁ ଲାଞ୍ଚ ନେଉଥିଲେ ଚାରୁଲତା। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଅନୁଗୋଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ ।

ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ

ସେ ତାଙ୍କ ନିଜ କାର୍ଯ୍ୟାଳୟର ଜଣେ ଆଟେଣ୍ଡାଣ୍ଟ (ରୋଷେୟା) ଚତୁର୍ଭୁଜ ପୋଢ଼ଙ୍କ ଠାରୁ ୩ ମାସର ଦରମା ରିଲିଜ କରିବାକୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ଼ ହ୍ୟାଣ୍ଡ ଧରା ପଡ଼ିଥିଲେ। ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କ ଜଗତପୁରସ୍ଥିତ ନିଜସ୍ବ ବାସଭବନ, ଅନୁଗୋଳ ସରକାରୀ କ୍ବାଟର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାରୁଲତା ମଲ୍ଲିକଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.