ETV Bharat / state

ମଶାଲ ଶୋଭାଯାତ୍ରାରେ ଜଳ ସଂରକ୍ଷଣର ବାର୍ତ୍ତା - ଅନୁଗୋଳ ଜିଲା ମହୋତ୍ସବ ଖବର

ଅନୁଗୋଳ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ମହୋତ୍ସବ ପାଇଁ ଜଳ ସଂରକ୍ଷଣ ବାର୍ତ୍ତା ନେଇ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅନୁଗୋଳ ଜିଲ୍ଲା ମହୋତ୍ସବ । ଅଧିକ ପଢନ୍ତୁ...

anugul-district-mahastava-masal-started-message-of-water-reservation
ଜଳ ସଂରକ୍ଷଣର ବାର୍ତା ନେଇ ବାହାରିଲା ଅନୁଗୋଳ ଜିଲା ମହୋତ୍ସବର ମଶାଲ ଶୋଭାଯାତ୍ରା
author img

By

Published : Jan 31, 2020, 2:38 AM IST

ଅନୁଗୋଳ: ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ମହୋତ୍ସବ ପାଇଁ ପ୍ରାରମ୍ଭିକ ପର୍ବ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଜିଲ୍ଲାର ତିନୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରୁ ମଶାଲ ବାହାରି ଜିଲ୍ଲା ପରିକ୍ରମା କରିଛି । ଆସନ୍ତା ଫେବୃଆରୀ ମାସ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅନୁଗୋଳ ଜିଲ୍ଲା ମହୋତ୍ସବ ।

ଜଳ ସଂରକ୍ଷଣର ବାର୍ତା ନେଇ ବାହାରିଲା ଅନୁଗୋଳ ଜିଲା ମହୋତ୍ସବର ମଶାଲ ଶୋଭାଯାତ୍ରା

ଜିଲ୍ଲାର ଆଠମଲ୍ଲିକର ଦେଉଳଝରି , ପାଲଲହଡାର ଖୁଲୁଡି ଓ ସାତକୋଶିଆର ଟିକରପଡାରୁ ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ବାହାରିଛି । ମଶାଲ ଗୁଡିକ ବିଭିନ୍ନ ଗାଁ ଓ ପଞ୍ଚାୟତ ପରିକ୍ରମା କରି ଶକ୍ତିପୀଠ ହିଙ୍ଗୁଳାଙ୍କ ଠାରେ ଏକାଠି ହୋଇଥିଲେ । ସେଠାରୁ ଜ୍ୟୋତିକୁ ଆଣି ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରଜ୍ଵଳିତ କରି ରଖାଯାଇଛି । ଏଥିପାଇଁ ସବୁଠି ପ୍ରବଳ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି । ସବୁ ଗାଁର ପୁରୁଷ ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତେ ମଶାଲକୁ ଗାଁ ପରିକ୍ରମା କରାଇଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ମହୋତ୍ସବର ବାର୍ତ୍ତା ରହିଛି ଜଳ ସଂରକ୍ଷଣ । ଜିଲ୍ଲାରେ ଯେଉଁ ଭଳି ଭାବେ ଦିନକୁ ଦିନ ଭୂତଳ ଜଳ ନିମ୍ନଗାମୀ ହେଉଛି ତାର କିଭଳି ସଂରକ୍ଷଣ କରାଯିବ ତାର ବାର୍ତ୍ତା ନେଇ ଏହି ମଶାଲ ଶୋଭାଯାତ୍ରା କରାଯାଉଛି। ଏହାଛଡା ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଗୁଡିକର ରଥ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲ୍ଲା ରେ ହେବାକୁ ଥିବା ଜିଲ୍ଲା ମହୋତ୍ସବ ପାଇଁ ପ୍ରାରମ୍ଭିକ ପର୍ବ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛିBody: । ଜିଲ୍ଲାର ତିନୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରୁ ମଶାଲ ବାହାରି ଜିଲ୍ଲା ପରିକ୍ରମା କରିଛି । ଜିଲ୍ଲାର ଆଠମଲ୍ଲିକ ର ଦେଉଳଝରି , ପାଳଲହଡା ର ଖୁଲୁଡି ଓ ସାତକୋଶିଆ ର ଟିକରପଡା ରୁ ଏହି ମଶାଲ ବାହାରିଛି । ମଶାଲ ଗୁଡିକ ବିଭିନ୍ନ ଗାଁ ଓ ପଞ୍ଚାୟତ ପରିକ୍ରମା କରି ଶକ୍ତିପୀଠ ହିଙ୍ଗୁଳା ଙ୍କ ଠାରେ ଏକାଠି ହୋଇଥିଲେ । ସେଠାରୁ ଜୋତି କୁ ଆଣି ଶୈଳ ଶ୍ରୀକ୍ଷେତ୍ର ଜଗନାଥ ମନ୍ଦିରରେ ପ୍ରଜ୍ଵଳିତ କରି ରଖାଯାଇଛି । ଏଥିପାଇଁ ସବୁଠି ପ୍ରବଳ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି । ସବୁ ଗାଁ ର ପୁରୁଷ ମହିଳା ଓ ପିଲାଛୁଆ ସମସ୍ତେ ମଶାଲ କୁ ଗାଁ ପରିକ୍ରମା କରାଇଛନ୍ତି । ଏଥର ମହୋତ୍ସବ ର ବାର୍ତ୍ତା ରହିଛି ଜଳ ସଂରକ୍ଷଣ। ଜିଲ୍ଲାରେ ଯେଉଁ ଭଳି ଭାବେ ଦିନକୁ ଦିନ ଭୂତଳ ଜଳ ନିମ୍ନଗାମୀ ହେଉଛି ତାର କିଭଳି ସଂରକ୍ଷଣ କରାଯିବ ତାର ବାର୍ତ୍ତା ନେଇ ଏହି ମଶାଲ ବୁଲିଛି । ଏହା ଛଡା ସରକାର ଙ୍କ ବିଭିନ୍ନ ବିଭାଗର ଯୋଜନା ଗୁଡକ ରଥ ମଧ୍ୟ ଏହି ସୋଭା ଯାତ୍ରାରେ ସାମିଲ ହୋଇଛି ।
Byte - 1 ମନୋଜ ମହାନ୍ତି, ଜିଲ୍ଲାପାଳ ଅନୁଗୋଳ
Byte - 2 ବ୍ରଜକିଶୋର ପ୍ରଧାନ , ବିଧାୟକ ତାଳଚେରConclusion:ଆସନ୍ତା ଫେବୃୟାରି ମାସ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଜିଲ୍ଲା ମହୋତ୍ସବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.