ETV Bharat / state

ସରକାରୀ କଟକଣାକୁ ମାନିବାକୁ ଅନୁଗୋଳ ଜିଲ୍ଲାପାଳଙ୍କ ନିବେଦନ - Anugul district magistrate

ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ କଟକଣା କୋହଳ କରାଯାଇଥିବା ବେଳେ ଏହି କୋହଳ କଟକଣା ଲକଡାଉନ 4.0ରେ ରହିବ ବୋଲ ଜିଲ୍ଲାପାଳ ଏକ ଭିଡିଓ ବାର୍ତାରେ କହିଛନ୍ତି ।

anugul-district-magistrates-request-to-comply-with-government-rules
ସରକାରୀ କଟକଣାକୁ ମାନିବାକୁ ଅନୁଗୋଳ ଜିଲ୍ଲାପାଳଙ୍କ ନିବେଦନ
author img

By

Published : May 20, 2020, 5:47 PM IST

ଅନୁଗୋଳ: ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ ଥିବା କଟକଣା ଲାକଡାଉନ 4.0ରେ ରହିବ । ଅନୁଗୋଳ ଜିଲ୍ଲାପାଳଙ୍କ ସୂଚନା । ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ତୃତୀୟ ପର୍ଯ୍ୟୟ ତାଲାବନ୍ଦରେ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ କଟକଣା କୋହଳ କରାଯାଇଥିବା ବେଳେ ଏହି କୋହଳ କଟକଣା ଲାକଡାଉନ 4.0ରେ ରହିବ ବୋଲ ଜିଲ୍ଲାପାଳ ଏକ ଭିଡିଓ ବାର୍ତାରେ କହିଛନ୍ତି ।

ସରକାରୀ କଟକଣାକୁ ମାନିବାକୁ ଅନୁଗୋଳ ଜିଲ୍ଲାପାଳଙ୍କ ନିବେଦନ

ମାତ୍ର ସାମାଜିକ ଦୂରତାକୁ ଧ୍ୟାନ ଦେଇ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି । ବେଳେ ଅଧିକାଂଶ ସ୍ଥାନରେ ଏହାକୁ ମାନୁ ନଥିବା ନଜରକୁ ଆସିଥିଲା । ତେବେ ଗତକାଲି ଜିଲ୍ଲାରେ ପୁଣି ଦୁଇ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 17ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲାପାଳ ଏକ ଭିଡିଓ ଜାରି କରି ଗ୍ରୀନ ଜୋନରେ ଥିବା ଅନୁଗୋଳବାସୀଙ୍କୁ ନିବେଦନ କରିଛନ୍ତି । ସମସ୍ତେ ସାମାଜିକ ଦୂରତାକୁ ମାନି ବାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଲୋକଙ୍କୁ ନିବେଦନ କରିଛନ୍ତି । ସେହିଭଳି ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.