ଅନୁଗୋଳ: କଂଗ୍ରେସର ଅନୁଗୋଳ ଜିଲା ପ୍ରଶାସନକୁ ଚେତାବନୀ ପତ୍ର । କୋରୋନା ମୁକାବିଲା ନେଇ ପ୍ରଶାସନର କମ୍ପାନୀ ପ୍ରତି ଅଭିଯୋଗ କରି ଗୁରୁବାର ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଅନୁଗୋଳ ନଗର କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଅଭିଯୋଗ କରିଛି ଜିଲାରେ ଥିବା ଶିଳ୍ପ ସଂସ୍ଥାରେ ବହୁ କୋରୋନା ପଜେଟିଭ ଚିହ୍ନଟ ହେଉଥିଲେ ବି କମ୍ପାନୀ କର୍ମଚାରୀ ମାନେ ବାହାରେ ବୁଲାବୁଲି କରୁଛନ୍ତି ।
ସେମାଙ୍କ ବହୁ ଗାଡି ସହର ମଧ୍ୟରେ ଯାତାୟାତ କରୁଛି । ଫଳରେ କୋରୋନା ବ୍ୟାପିବାର ଭୟ ରହିଛି । ତେଣୁ ତୁରନ୍ତ କମ୍ପାନୀ ଗୁଡିକୁ କଣ୍ଟେମେଣ୍ଟ ଯୋନ କରାଯାଉ । ଆବଶ୍ୟକ ପଡ଼ିଲେ ସଡ଼ ଡାଉନ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଯଦି ପ୍ରଶାସନ ପଦକ୍ଷେପ ନନିଏ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ