ETV Bharat / state

ଆଗକୁ ପଞ୍ଚାୟତ ନିର୍ବାଚନ, ଅନୁଗୋଳ ଜିଲ୍ଲା କଂଗ୍ରେସର ସମରସଜ୍ଜା

author img

By

Published : Aug 20, 2021, 7:51 PM IST

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଦଳୀୟ କାର୍ଯ୍ୟକ୍ରମ । ଅନୁଗୋଳ ଜିଲ୍ଲା କଂଗ୍ରେସ ଗୋଟିଏ ପାଦ ଆଗକୁଯାଇଛି । ନିଜ ଭିତରେ ଥିବା ମତାନ୍ତରକୁ ପାଶୋରି ସବୁ ନେତାଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

Anugul congress preparation for panchayat election
ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା କଂଗ୍ରେସର ସମରସଜ୍ଜା

ଅନୁଗୋଳ: ଆରମ୍ଭ ହେଲାଣି ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଏଥିପାଇଁ ଅନୁଗୋଳ ଜିଲ୍ଲା କଂଗ୍ରେସ ଗୋଟିଏ ପାଦ ଆଗକୁ ଯାଇଛି । ନିଜ ଭିତରେ ଥିବା ମତାନ୍ତରକୁ ପାଶୋରି ସବୁ ନେତାଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି ଜିଲ୍ଲା କଂଗ୍ରେସ ।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ସେଥିପାଇଁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅବସରରେ ଆଜି ଜିଲ୍ଲା କଂଗ୍ରେସ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ପର୍ଯ୍ୟବେକ୍ଷକ ଜ୍ଞାନଦେଵ ବେଉରାଙ୍କ ସମେତ ବହୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତା ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ବୈଠକରେ ବିଶେଷ ଭାବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦଳ କିଭଳି ସାମନା କରିବ ସେନେଇ ଆଲୋଚନା କରା ଯାଇଥିଲା ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତା, ଦର ଦାମ ବୃଦ୍ଧି, ତୈଳ ଦର ବୃଦ୍ଧି ଓ ଅନ୍ୟନ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ନିକଟକୁ ଯିବ ବୋଲି ନେତାମାନେ ସୂଚନା ଦେଇଥିଲେ। ଏହାଛଡା ପ୍ରତ୍ୟକ ପଞ୍ଚାୟତରେ ଅତିକମରେ ୫ଜଣ ସକ୍ରିୟ କର୍ମୀ ରହିବେ।

ସେମାନେ ଭୋଟରଙ୍କୁ ଏହି ସବୁ କଥା କହି ବୁଝାଇବେ ବୋଲି ଦଳ ସ୍ଥିର କରିଛି। ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ଲୋକଙ୍କ ପସନ୍ଦ ହେବ ବୋଲି ମଧ୍ୟ ଦଳ ଆଶା ରଖିଛି । ଆଜି ଏହି ବୈଠକ ଜିଲା କଂଗ୍ରେସ ନେତାଙ୍କ ପାଇଁ ସଂଜିବନୀ ହୋଇଛି। ତେବେ ଦେଖିବାର କଥା ଆଗକୁ କିଭଲି ଦଳ ସଂଗଠନକୁ ମଜବୁତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.