ETV Bharat / state

ଅନୁଗୋଳ କଂଗ୍ରେସ ଦୁଇ ଫାଳ: ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଆନ୍ଦୋଳନ

author img

By

Published : Sep 30, 2020, 8:23 PM IST

ଅନୁଗୋଳ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ କନ୍ଦଳ । ଦଳ ମଧ୍ୟରେ ଥିବା ଫାଟ ସର୍ବସମ୍ମୁଖରେ ନଜରକୁ ଆସିଛି। କଂଗ୍ରେସ ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଭାବେ ଆନ୍ଦୋଳନ କରି ଦଳୀୟ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ୁଛି । ଅଧିକ ପଢନ୍ତୁ...

ଅନୁଗୋଳ କଂଗ୍ରେସ ଦୁଇ ଫାଳ: ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଆନ୍ଦୋଳନ
ଅନୁଗୋଳ କଂଗ୍ରେସ ଦୁଇ ଫାଳ: ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଆନ୍ଦୋଳନ

ଅନୁଗୋଳ: କଂଗ୍ରେସରେ କଳି କିମ୍ବା ଅନ୍ତ କନ୍ଦଳ କିଛି ନୂଆ କଥା ନୁହଁ । ତେବେ ଦଳ ମଧ୍ୟରେ ଯାହା ବି କନ୍ଦଳ ଥାଏ, ତାହା ସବୁ ବେଳେ ଲୋକଲୋଚନକୁ ଆସେ ନାହିଁ । ତେବେ ଅନୁଗୋଳ ଜିଲ୍ଲା କଂଗ୍ରେସରେ ଥିବା କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଯାହା ଦେଖିବାକୁ ମିଳିଥିଲା ଦୁଇ ଗୋଷ୍ଠୀ କରିଥିବା ପୃଥକ ପୃଥକ ଆନ୍ଦୋଳନରୁ ।

http://10.10ଅନୁଗୋଳ କଂଗ୍ରେସ ଦୁଇ ଫାଳ: ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଆନ୍ଦୋଳନ.50.80:6060///finalout3/odisha-nle/finalout/30-September-2020/8996666_anugul.mp4

ଅନୁଗୋଳ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ କନ୍ଦଳ । ଦଳ ମଧ୍ୟରେ ଥିବା ଫାଟ ସର୍ବସମ୍ମୁଖରେ ନଜରକୁ ଆସିଛି। ଯେତେବେଳେ କଂଗ୍ରେସ ଦୁଇ ଗୋଷ୍ଠୀ ସମାନ ଦାବି ନେଇ ପୃଥକ ପୃଥକ ଭାବେ ଆନ୍ଦୋଳନ କରିଥିଲେ ସେମାନଙ୍କ ମଧ୍ୟରେ ଥିବା କନ୍ଦଳ ପଦାରେ ପଡିଛି । ପୂର୍ବ ନିର୍ଦ୍ଧାରିତ ଦିନ ଅନୁସାରେ ଜିଲ୍ଲା ନଗର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ମରାମତି, ତମଡା ଉନ୍ନୟନ ପରିଷଦରେ ହେଉଥିବା ଦୁର୍ନୀତିର ତଦନ୍ତ ଆଦି ଦାବି ନେଇ ଗତକାଲି ଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ରଙ୍କ ନେତୃତ୍ୱରେ ଏହି ଅନଶନରେ ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ସମେତ ବହୁ ସକ୍ରିୟ କର୍ମୀ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସ ଉପସଭାପତି ପ୍ରଦୀପ ମାଝୀ ମଧ୍ୟ କିଛି ସମୟ ପାଇଁ ଯୋଗ ଦେଇଥିଲେ। ହେଲେ ଅନଶନସ୍ଥଳରୁ ମାତ୍ର ୪୦ ମିଟର ଦୂରରେ ଛାତ୍ର ଓ ଯୁବ କଂଗ୍ରେସ ଏକ ଗୋଷ୍ଠୀ ପ୍ରତିବାଦ ସଭା କରିଥିଲେ । ଜିଲାରେ କୋଭିଡ଼ ପରିଚାଳନା ବିଫଳ, ବେକାରୀଙ୍କୁ ନିଯୁକ୍ତି ମିଳୁନି ଓ ଜାତୀୟ ରାଜପଥ ମରାମତି ଆଦି ଦାବି ମଧ୍ୟ କରିଥିଲେ ଏହି ଗୋଷ୍ଠୀ । ଯାହା ଦଳ ମଧ୍ୟରେ ଥିବା ବିବାଦକୁ ପଦାରେ ପକାଇଛି ।

ସବୁଠାରୁ ବଡ କଥା ହେଉଛି ପ୍ରତିବାଦ ସ୍ଥଳରେ ଜିଲା କଂଗ୍ରେସ ଉପସଭାପତି ଅମ୍ବିକା ଭଟ, ପୂର୍ବରୁ ଦୁଇ ଥର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ସଂଗ୍ରାମ ମିଶ୍ର ଓ ଜିଲା ଯୁବ ଏବଂ ଛାତ୍ର କଂଗ୍ରେସ ସଭାପତି ଯୋଗ ଦେଇଥିବାବେଳେ ସେମାନେ ଅନଶନ ସ୍ଥଳକୁ ଯାଇ ନ ଥିଲେ। ସେପଟେ ଅନଶନ ସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଓ ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନା ପହଞ୍ଚି ଥିବାବେଳେ ପ୍ରତିବାଦ ସ୍ଥାନରେ ତାଙ୍କ ପାଦ ପଡିନଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦଳରେ ଫାଟ ରହିଛି । କିନ୍ତୁ ଉଭୟ ଗୋଷ୍ଠୀର କର୍ମକର୍ତ୍ତା ଖୋଲାଖୋଲି ଭାବେ ଏନେଇ କିଛି କହିବାକୁ ମନା କରିଥିଲେ। ସେ କଥା ଯାହା ହେଉ ନା କାହିଁକି କଂଗ୍ରେସରେ ଯେ ଗୋଷ୍ଠୀ କନ୍ଦଳ ରହିଛି ତାହା ଏହି ପୃଥକ ପୃଥକ ଆନ୍ଦୋଳନରୁ ସ୍ପଷ୍ଟ ଜଣାପଡୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.