ETV Bharat / state

ଟିକରପଡ଼ାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ଜିଲ୍ଲାପାଳ

ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ବୁଝିଛନ୍ତି ଅନୁଗୋଳ ଜିଲ୍ଲାପାଳ (anugul collector visits flood affected areas) । ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Aug 18, 2022, 10:19 PM IST

ଟିକରପଡ଼ାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ଜିଲ୍ଲାପାଳ
ଟିକରପଡ଼ାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ଜିଲ୍ଲାପାଳ

ଅନୁଗୋଳ: ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ବୁଝିଛନ୍ତି ଜିଲ୍ଲାପାଳ(anugul collector visits flood affected areas) । ବନ୍ୟାଜଳ ଅତିକ୍ରମ କରି ସେଠାରେ ହୋଇଥିବା ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେଠାରେ ଲୋକେ କିଭଳି ଅଛନ୍ତି, ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ତାହା ସେମାନଙ୍କ ପାଖରେ ପହଁଚିଛି କି ନାହିଁ ତାହା ପଚାରି ବୁଝିଛନ୍ତି ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ।

ଏହାକୁ ନେଇ ଅନୁଗୋଳ ଜିଲ୍ଲାପାଳ କହିଛନ୍ତି, "ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିରୋ କାଜୁଆଲିଟି ଉପରେ ଧ୍ୟାନ ଦିଆଯାଉଛି । ଏଠାରେ ଲୋକଙ୍କ କିଛି ସମସ୍ୟା ନାହିଁ । ଯାହା ବି ସମସ୍ୟା ରହିଛି ତାହାର ଆସୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ବନ୍ୟାବିପନ୍ନଙ୍କ ଗମନାଗମନ ପାଇଁ ଏଠାରେ ରବର ବୋଟ୍‌ ଯୋଗାଇ ଦିଆଯାଇଛି ।"

ବନ୍ୟାବିପନ୍ନଙ୍କ ସମସ୍ୟା ବୁଝିବା ପରେ ସେମାନଙ୍କ ମତାମତ ନେଇଛନ୍ତି ଜିଲ୍ଲାପାଳ । ୫ ଦିନ ପରେ ଆଜି(ଗୁରୁବାର) ବନ୍ୟାପାଣି କମିବାରେ ଲାଗିଛି । ଏହାସତ୍ତ୍ବେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ତେଣୁ ରିଲିଫ କୋଡ୍‌ ମୁତାବକ ଲୋକଙ୍କୁ ଆଉ କଣ ସୁବିଧା ଯୋଗାଇ ହେବ ତାହାକୁ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ ସମୟରେ ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ, ଅନୁଗୋଳ ଅତିରିକ୍ତ ତହସିଲଦାର ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.