ETV Bharat / state

ବିଜେଡି ପ୍ରତିଷ୍ଠା ଦିବସକୁ ବିଜେପିର ଟାର୍ଗେଟ, ସତ୍ୟାଗ୍ରହରେ ବସିଲେ ବିଜେପି ନେତା

author img

By

Published : Dec 26, 2022, 4:54 PM IST

ବିଜେଡି ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଭାବେ ପାଳନ କଲା ବିଜେପି । ଏହି କ୍ରମରେ ଅନୁଗୋଳ ଜିଲ୍ଲାରେ ଥିବା ସବୁ ନିର୍ବାଚନ ମଣ୍ଡଳୀର ୩୧ଟି ସ୍ଥାନରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ବିଜେଡିର କୁଶାସନ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହି ସତ୍ୟାଗ୍ରହ କରାଯାଉଥିବା ବିଜେପି ନେତାମାନେ କହିଛନ୍ତି । ଅଧିକ ପଢ଼ନ୍ତୁ

ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତା
ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତା
ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତା

ଅନୁଗୋଳ: ଆଜି ହେଉଛି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ (BJD Foundation Day) । ଏହି ଅବସରରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଆଜିର ଦିନକୁ ପ୍ରତିବାଦ ଦିବସ ଭାବେ ପାଳନ କରି ସତ୍ୟାଗ୍ରହ କରୁଛି ବିଜେପି । ବିଜେଡି ସରକାରର କୁଶାସନ ବିରୋଧରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରୁଛି ଦଳ । ଏହି କ୍ରମରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ଆଜି ବିଜେପି ସତ୍ୟାଗ୍ରହ ଆନ୍ଦୋଳନ କରିଛି ।

୨୬ ବର୍ଷରେ ପାଦ ଥାପିଛି ବିଜେଡି । ଆଞ୍ଚଳିକ ଦଳ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେବାକୁ ୨୫ ବର୍ଷ ପୂରଣ ହୋଇଛି (BJD celebrate ) । ଆଜି ଦଳ ରୌପ୍ୟ ଜୟନ୍ତୀ(silver jubilee function)ପାଳନ କରୁଛି । ପୁରୀରେ ଏନେଇ ବିଶେଷ ପ୍ରସ୍ତୁତି ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଠାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସାରା ରାଜ୍ୟରେ ବିଜେଡିର ପ୍ରତିଷ୍ଠା ଦିବସକୁ ପ୍ରତିବାଦ ଦିବସ ରୂପେ ପାଳନ କରୁଛି ବିଜେପି ।

ଅନୁଗୋଳ ଜିଲ୍ଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୩୧ଟି ସ୍ଥାନରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ଅନୁଗୋଳ ସଦର ମହକୁମାରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଚାଲିଥିବା ସତ୍ୟାଗ୍ରହ ଆନ୍ଦୋଳନରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ଓବିସି ସେଲ ସମ୍ପାଦକ ପ୍ରତାପ ପ୍ରଧାନଙ୍କ ସମେତ ବହୁ ପୁରୁଖା ନେତା ଯୋଗ ଦେଇଥିଲେ । ସେହିପରି ତାଳଚେରଠାରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ । ଛେଣ୍ଡିପଦା, ଆଠମଲ୍ଲିକ, କଣିହାଁ ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ଥାନୀୟ ନେତାମାନଙ୍କ ତତ୍ବାବଧାନରେ ସତ୍ୟାଗ୍ରହ କରାଯାଇଛି । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା ବଢି ଚାଲିଥିବା ଅଭିଯୋଗ କରି ବିଜେଡିର କୁଶାସନ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହି ସତ୍ୟାଗ୍ରହ କରାଯାଉଥିବା ବିଜେପି ନେତାମାନେ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.