ETV Bharat / state

ବାତ୍ୟା ଆଶଙ୍କା, ଚିନ୍ତାରେ ଅନୁଗୋଳର କଦଳୀ ଚାଷୀ

ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲାର କଦଳୀ ଚାଷୀ । ଅଧିକ ପଢନ୍ତୁ

ବାତ୍ୟା ଆଶଙ୍କା, ଚିନ୍ତାରେ ଅନୁଗୋଳର କଦଳୀ ଚାଷୀ
ବାତ୍ୟା ଆଶଙ୍କା, ଚିନ୍ତାରେ ଅନୁଗୋଳର କଦଳୀ ଚାଷୀ
author img

By

Published : May 7, 2022, 4:58 PM IST

ଅନୁଗୋଳ: ସମ୍ଭାବ୍ୟ ବାତ୍ୟା ଆଶଙ୍କା(Probable Cyclone)ରେ ଶତାଧିକ କଦଳୀ ଚାଷୀ । କଦଳୀ ଗଛ ଗୁଡିକୁ ପବନରୁ କିଭଳି ସୁରକ୍ଷା ଦେବେ ସେ ନେଇ ଦିନରାତି ଲାଗି ପଡିଛନ୍ତି ଚାଷୀ । ବହୁ ଖର୍ଚ୍ଚ କରି ବାଉଁଶ କିଣି ପ୍ରତ୍ୟେକ ଗଛର ମୂଳରେ ପୋତି ଗଛ ଗୁଡିକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି ।

ବାତ୍ୟା ଆଶଙ୍କା, ଚିନ୍ତାରେ ଅନୁଗୋଳର କଦଳୀ ଚାଷୀ

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଶତାଧିକ କଦଳୀ ଚାଷୀ । କଦଳୀ ଗଛ ଗୁଡିକୁ ପବନରୁ କିଭଳି ସୁରକ୍ଷା ଦେବେ ସେନେଇ ଦିନରାତି ଲାଗି ପଡିଛନ୍ତି ଚାଷୀ । ବହୁ ଖର୍ଚ୍ଚ କରି ବାଉଁଶ କିଣି ପ୍ରତ୍ୟେକ ଗଛର ମୂଳରେ ପୋତି ଗଛ ଗୁଡିକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି । ଅଧିକାଂଶ ଗଛରେ କଦଳୀ କାନ୍ଧି ପଡ଼ିଥିବାରୁ ଗଛ ଗୁଡିକ ଓଜନିଆ ହୋଇପଡିଛି । ଏଣୁ ଖୁବ ଜୋରରେ ପବନ ହେଲେ ଗଛ ଗୁଡିକ ଭାଙ୍ଗିଯିବାର ସମ୍ଭାବନା ରହିଛି । ଏପରି ହେଲେ ଚାଷୀଙ୍କ ଜୀବିକା ସମ୍ପୂର୍ଣ୍ଣ ଉଜୁଡିଯିବ। ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

ଜିଲ୍ଲାର ପୋକଟୁଙ୍ଗା ଗାଁରେ ପ୍ରାୟ ୫ଶହ ହେକ୍ଟର ଜମିରେ ବିଭିନ୍ନ ପ୍ରକାର କଦଳୀ ଚାଷ ହେଉଛି । ଗାଁର ଶତକଡା ୯୦ଭାଗ ଲୋକ କେବଳ କଦଳୀ ଚାଷ ଉପରେ ନିର୍ଭର କରନ୍ତି । ଏହି ଗାଁ କଦଳୀ ଚାଷ ପାଇଁ ସାରା ରାଜ୍ୟରେ ବେଶ ଜଣାଶୁଣା । ଏଠାରୁ ବର୍ଷ ତମାମ ରାଜ୍ୟର ବିଭିନ୍ନ ସ୍ଥାନକୁ କଦଳୀ ବିକ୍ରି ପାଇଁ ଯାଏ । କିନ୍ତୁ ବାତ୍ୟା ଆସିବା ଆଶଙ୍କାରେ ଚିନ୍ତିତ ହୋଇ ପଡିଛନ୍ତି କଦଳୀ ଚାଷୀ । ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଗଛ ଗୁଡିକୁ ବଞ୍ଚାଇବାକୁ ଚେଷ୍ଟା କରିବା ପାଇଁ ଉଦ୍ୟମ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.