ETV Bharat / state

ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ

author img

By

Published : Oct 15, 2022, 10:13 PM IST

ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ । ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ
ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ

ଅନୁଗୋଳ: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ । ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳ ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡାପଡା ଗାଁ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି (ଶନିବାର) ସକାଳେ ହାତୀଟି ଶୋଇରହିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳେ ବନ ବିଭାଗ ଅଧିକାରୀ ପହଞ୍ଚିବା ପରେ ହାତୀ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। କିନ୍ତୁ ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁର ପ୍ରକୃତ କରାଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେଣୁ ପରୀକ୍ଷା ପାଇଁ ହାତୀର ନମୁନା ପଠା ଯାଇଛି । ଶିକାର ପାଇଁ କେହି ବିଦ୍ୟୁତ ତାର ବିଛାଇ ଥିବା ସନ୍ଦେହ କରାଯାଇ ତଦନ୍ତ ଜାରି ରହିଛି । ଏନେଇ ଆଠମଲ୍ଲିକ ଡିଏଫଓ ସୂଚନା ଦେଇଛନ୍ତି ।

ଅନୁଗୋଳରେ ଆଖି ବୁଜିଲା ଆଉ ଏକ ଦନ୍ତାହାତୀ

ଏହା ମଧ୍ୟ ପଢନ୍ତୁ-ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ

ତେବେ ଗତକାଲି(ଶୁକ୍ରବାର) ଢେଙ୍କାନାଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ରାଙ୍କିଆ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୁତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ACF ସୂଚନା ଦେଇଥିଲେ ।

ସେପଟେ ହାତୀ ମଣିଷ ଲଢେଇ ଭିତରେ କେତେବେଳେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ ହେଉଛି ତ ପୁଣି କେତେବେଳେ ଫସଲ ସୁରକ୍ଷା ପାଇଁ ବିଛା ଯାଉଥିବା ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହେଉଛି । କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ହାତୀକୁ କେହି ଦୁର୍ବୃତ୍ତ ବିଷ ଦେଇ କିମ୍ବା ଗୁଳିକରି ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା । ବନ ବିଭାଗର ଖାମ ଖିଆଲ ନୀତି ପାଇଁ ଦନ୍ତାର ମୃତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା । ସେହିପରି ଅକ୍ଟୋବର ୯ ତାରିଖରେ ସମ୍ବଲପୁର ଜିଲ୍ଲାରେ 2ଟି ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ କୁଚିଣ୍ଡା ଉପଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ତିଳେଇମାଲ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ । ଅକ୍ଟୋବର ୪ ତାରିଖରେ ମୟୂରଭଞ୍ଜରେ ବେତନଟୀ ରେଞ୍ଜ ମସିଣାକାଟି ସଂରକ୍ଷିତ ଜଙ୍ଗଲରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ହତୀଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.