ETV Bharat / state

କୋରୋନା ପାଇଁ ବାଜିରେ ଲାଗିଛି ଜୀବନ, ଯୋଦ୍ଧା ବନିଛନ୍ତି ଆଶା-ଅଙ୍ଗନବାଡି କର୍ମୀ

author img

By

Published : May 25, 2020, 11:30 PM IST

Updated : May 26, 2020, 8:42 PM IST

କୋରୋନା ବିରୁଦ୍ଧରେ ସାରା ବିଶ୍ୱ ଯେତେବେଳେ ଲଢେଇ କରୁଛି ଠିକ ସେତିକି ବେଳେ ଏହି ଲଢ଼େଇରେ ମୁଖ୍ୟ ସୈନିକ ଭାବେ କାମ କରୁଛନ୍ତି ଆଶାକର୍ମୀ । ବିଭିନ୍ନ ସମୟରେ ସ୍ୱାସ୍ତ୍ୟ ବିଭଗର ବହୁ ଗୁରୁତ୍ୱ ପୂର୍ଣ ଦାୟିତ୍ୱ ତୁଲାଉ ଥିବା ଏହି ଆଶାମାନେ ଏବେ କୋରୋନା ମହାମାରୀ ବିରୁଦ୍ଧରେ ଲୋକଙ୍କୁ ସ୍ୱାସ୍ତ୍ୟ ସମ୍ବଧିୟ ସଚେତନତା ସୃଷ୍ଟିରେ ସାଜିଛନ୍ତି ମୁଖ୍ୟ ।

http://10.10.50.80//odisha/25-May-2020/od-ang-04-angul-asha-warrior-pkg-7202779_25052020203439_2505f_1590419079_217.bmp
କୋରୋନା ପାଇଁ ବାଜିରେ ଲାଗିଛି ଜୀବନ, ଯୋଦ୍ଧା ବନିଛନ୍ତି ଆଶା-ଅଙ୍ଗନବାଡି କର୍ମୀ

ଅନୁଗୋଳ: ଆଶା ଏବେ ହୋଇଛନ୍ତି ସମସ୍ତଙ୍କ ପାଇଁ ସାହା ଭରସା । କୋରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସେମାନେ ହୋଇଛନ୍ତି ଆଗ ଧାଡ଼ିର ସୈନିକ । ତାଙ୍କ ଠାରୁ ହିଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ତଥ୍ୟ ନେଉଛି । କିଏ ବାହାରୁ ଆସିଲା କାହା ଘରେ କାହାର ଦେହ ଖରାପ ହେଲା ତାର ତଦାରଖ କରିବା ସହ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗ ସୂତ୍ର ରଖୁଛନ୍ତି ଏମାନେ । ପ୍ରତ୍ୟେକ ଦିନ ସଂକ୍ରମଣ ଅଞ୍ଚଳରେ ସଂକ୍ରମଣର ଭୟ ଭିତରେ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ ।

କୋରୋନା ବିରୁଦ୍ଧରେ ସାରା ବିଶ୍ୱ ଯେତେବେଳେ ଲଢେଇ କରୁଛି ଠିକ ସେତିକି ବେଳେ ଏହି ଲଢ଼େଇରେ ମୁଖ୍ୟ ସୈନିକ ଭାବେ କାମ କରୁଛନ୍ତି ଆଶା କର୍ମୀ । ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉ ଥିବା ଏହି ଆଶାମାନେ ଏବେ କୋରୋନା ମହାମାରୀ ବିରୁଦ୍ଧରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମନ୍ଧୀୟ ସଚେତନତା ସୃଷ୍ଟିରେ ସାଜିଛନ୍ତି ମୁଖ୍ୟ । ତାଙ୍କଠାରୁ ହିଁ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତୃଣମୂଳ ସ୍ତରର ଖବର ରଖିପାରୁଛି । ସେମାନେ ସବୁବେଳେ ସ୍ୱାସ୍ତ୍ୟ ସମ୍ପର୍କିତ ସଚେତନତା ସୃଷ୍ଟିରେ ଆଗରେ ଛିଡା ହୋଇଛନ୍ତି । କୌଣସି ଗୋଷ୍ଠୀଗତ କାର୍ଯ୍ୟର ତଦାରଖଠାରୁ ଆରମ୍ଭ କରି ଏହି ମହାମାରୀ ବେଳେ ନିଜ ଜୀବନକୁ ବିପନ୍ନ କରି ଲୋକଙ୍କୁ ସ୍ୱାସ୍ତ୍ୟ ସେବା ଯୋଗାଇବାକୁ ଆଗଭର ହୋଇଛନ୍ତି । ସଂକ୍ରମଣ ଅଂଚଳରେ ଯେଉଁଠାକୁ କେହିବି ଯାଆନ୍ତି ନାହିଁ ସେଠାରେ ଯାଇ ଲୋକଙ୍କ ଘର ଘର ବୁଲି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ତଦାରଖ କରନ୍ତି ।

ଖାଲି ସେତିକିରେ ସରୁନି ଆଶାଙ୍କ ଭୂମିକା । ସଙ୍ଗ ରୋଧ ଗୃହ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସବୁଠି ଥାଏ ଏମାନଙ୍କ କଡା ନଜର । ଫେରୁଥିବା ପ୍ରବସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଯାଞ୍ଚଠାରୁ ଆରମ୍ଭ କରି ପଞ୍ଚାୟତରେ ହୋଇଥିବା କମିଟିରେ ମଧ୍ୟ ରହି ନିଜର କାର୍ଯ୍ୟ କରନ୍ତି । ମନରେ ସଂକ୍ରମଣର ଭୟ ଥିଲେ ବି ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ସମାଜକୁ ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ଅହରହ କାର୍ଯ୍ୟ କରୁଛନ୍ତି ଏମାନେ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏଏନଏମ ଓ ଅଙ୍ଗନୱାଡି କର୍ମୀ ସହ ମିଶି ଏମାନେ କୋରୋନା ବିରୁଦ୍ଧରେ ନିଆଯାଉଥିବା ପ୍ରତିଟି ପଦକ୍ଷେପରେ ସାମିଲ ହେଉଛନ୍ତି । ଅନୁଗୋଳ ଜିଲ୍ଲାରେ ଥିବା 255 ଟି ପଞ୍ଚାୟତରେରେ 11 ଶହରୁ ଅଧିକ ଆଶା କର୍ମୀ ଏହିଭଳି ଦିନରାତି କାର୍ଯ୍ୟକରୁଛନ୍ତି । ସତରେ ଆଶା କର୍ମୀ ଏହି ଉଛର୍ଗି କୃତକାର୍ଯ୍ୟ ପାଇଁ ଆଜି ବୋଧେ ଆମ ରାଜ୍ୟରେ କୋରୋନାର ଗୋଷ୍ଠୀ ସଂକ୍ରମଣକୁ ରୋକିବାରେ ବିଭାଗ ଓ ସରକାର ସଫଳ ହୋଇ ପାରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 26, 2020, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.