ETV Bharat / state

୩ ବର୍ଷରେ ଉଇ ହୁଙ୍କା ପାଲଟିଗଲାଣି ଇକୋ ପାର୍କ, ପାଣିରେ ପଡିଲା ୪ କୋଟି - ଜରାଜୀର୍ଣ୍ଣ ଅବସ୍ଥାରେ ପାର୍କ

ରକ୍ଷଣାବେକ୍ଷଣ ଅଭାବରୁ ସହରରେ ଥିବା ଇକୋ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଏବେ ଜଙ୍ଗଲରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

୩ ବର୍ଷରେ ଉଇ ହୁଙ୍କା ପାଲଟିଗଲାଣି ଇକୋ ପାର୍କ
୩ ବର୍ଷରେ ଉଇ ହୁଙ୍କା ପାଲଟିଗଲାଣି ଇକୋ ପାର୍କ
author img

By

Published : Aug 26, 2021, 12:25 PM IST

ଅନୁଗୋଳ: ରକ୍ଷଣାବେକ୍ଷଣ ଅଭାବରୁ ସହରରେ ଥିବା ଇକୋ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଜଙ୍ଗଲରେ ପରିଣତ ହୋଇଛି । କୋରୋନା କଟକଣା ଯୋଗୁଁ ମାସାଧିକ କାଳ ବନ୍ଦ ରହିଥିଲା । ଏବେ ଖୋଲାଯିବା ପରେ ପାର୍କଟି ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ।

୩ ବର୍ଷରେ ଉଇ ହୁଙ୍କା ପାଲଟିଗଲାଣି ଇକୋ ପାର୍କ

ପାର୍କ ଭିତରେ ଗଛପତ୍ର ଶୁଖି ଯାଇଛି । ପାଚେରୀ, ଘର ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଯାଇଛି । ଏକଦା ପାର୍କରେ ଲୋକଙ୍କ ଭିଡ ଲାଗୁଥିବାବେଳେ ଏବେ ଆଉ ପାର୍କକୁ ଯିବାକୁ ଲୋକେ ମନ ବଳାଉ ନାହାନ୍ତି । ଏଥି ପ୍ରତି ପୌର କର୍ତ୍ତୃପକ୍ଷଙ୍କ ନଜର ବି ପଡୁନି । ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଅନୁଗୋଳ ସହରର ଏକ ମାତ୍ର ଇକୋ ପାର୍କ ।

ପାର୍କ ଚାରିପଟେ ଥିବା ପାଚେରୀ ଭୁଶୁଡ଼ି ପଡିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡ ଜଙ୍ଗଲରେ ପରିଣତ ହୋଇଛି । ପାଦ ଚଲା ରାସ୍ତା, ତିଆରି ବିଭିନ୍ନ ପଶୁପକ୍ଷୀଙ୍କ ମୂର୍ତ୍ତି ଭାଙ୍ଗି ରୁଜି ଗଲାଣି । ଏଠାରେ ଥିବା ଓପନ ଜିମ ଅକାମୀ ହୋଇ ପଡିଥିବା ବୋଟିଂ ପାଇଁ ଥିବା ବୋର୍ଟ ସବୁ ଭାଙ୍ଗି ଗଲାଣି । ମୋଟାମୋଟି ଭାବରେ କହିବାକୁ ଗଲେ ସ୍ବାସ୍ଥ୍ୟ ପାଉଁ ଭଲ ପରିବେଶ ସୃଷ୍ଟି କରୁଥିବା ଏହି ଇକୋ ପାର୍କର ଅବସ୍ଥା ଏକପ୍ରକାର ଖରାପ ହୋଇଛି । ତାଲାବନ୍ଦ ଖୋଲିବା ପରେ ସତେ ଯେମିତି ପାର୍କଟି ଶ୍ରୀହୀନ ହୋଇଯାଇଛି ।

ପ୍ରାୟ ୭ ଏକର ଜମିରେ ୨୦୧୮ ମସିହାରେ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ପାର୍କ । ସହରରେ ଆମୋଦ ପ୍ରମୋଦ ଓ ଚିତବିନୋଦନ ପାଇଁ ଆଉ କେଉଁଠି ହେଲେ ପାର୍କ କିମ୍ବା ଭଲ ସ୍ଥାନଟିଏ ନଥିବା ବେଳେ ଏହି ପାର୍କ ହେବା ଦିନଠାରୁ ଏଠାରେ ସବୁ ସମୟରେ ଭିଡ଼ ଲାଗି ରହିଥାଏ । ଯାନିଯାତ୍ରା ଓ ପର୍ବ ପର୍ବାଣୀରେ ଲୋକେ ଏଠାକୁ ନିଜ ପରିବାର ସହ ଆସି ବୁଲାବୁଲି କରନ୍ତି । ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପାର୍କଟି ନଷ୍ଟ ହେବାକୁ ବସିଲାଣି । ଏହାର ପୁନରୁଦ୍ଧାର ପାଇଁ ସହର ବାସୀ ପୌରପାଳିକାକୁ ଜଣାଇ ଥିଲେ ମଧ୍ୟ ଏନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି ।

ଏ ପଟେ ଅର୍ଥ ଆସିଲେ ପଦକ୍ଷେପ ନିଆଯିବ ବୋଲି ସଫେଇ ଦେଇଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ । ପାର୍କ ନିର୍ମାଣ ହେବାର ୩ବର୍ଷ ପରେ ଏଭଳି ଅବସ୍ଥା । ଏବେଠାରୁ ଏଥିପ୍ରତି ଧ୍ୟାନ ନଦେଲେ ସରକାରୀ ଅର୍ଥ ପାଣିରେ ପଡିବ ତାହା ସୁନିଶ୍ଚିନ୍ତ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.