ଅନୁଗୋଳ: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ବିଗିଡିବାରେ ଲାଗିଛି । ୟୁକ୍ରେନରେ ଫସିଛନ୍ତି ଅନେକ ଭାରତୀୟ । ଏଭଳି ପରିସ୍ଥିତିରେ ସେଠାରେ ଫସି ରହିଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂଶୁ ଦାସ । ଯାହାକୁ ନେଇ ଶ୍ରୀତାଂଶୁଙ୍କ ପରିବାର ଏବେ ଭୟର ବାତାବରଣ ଭିତରେ ଅଛନ୍ତି ।
କିଭଳି ଶ୍ରୀତାଂଶୁ ସୁରକ୍ଷିତ ଫେରିଆସିବ, ସେନେଇ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ଶ୍ରୀତାଂଶୁ ୟୁକ୍ରେନର ଭିନିପ୍ସାରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଢୁଥିଲେ । ମାତ୍ର ଆଜି ସକାଳୁ ଋଷ, ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଚିନ୍ତାରେ ପଡିଯାଇଛନ୍ତି ପ୍ରବାସୀ ଓଡିଆଙ୍କ ପରିବାର ବର୍ଗ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ