ETV Bharat / state

ସାତକୋଶିଆର ଜୈବ ବିବିଧତା ଓ ଜଙ୍ଗଲକୁ ଜାଣିବା ପାଇଁ ନିଆରା ପ୍ରୟାସ

author img

By

Published : Jan 19, 2020, 8:33 PM IST

ଜୈବ ବିବିଧତା ଓ ଜଙ୍ଗଲ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ନିଆର ପ୍ରୟାସ। ସମସ୍ତେ ଜଙ୍ଗଲ, ବନ୍ୟ ଜନ୍ତୁଙ୍କ ସମ୍ପର୍କରେ ଜାଣିବା ପାଇଁ ଥିଲେ ଉତ୍ସୁକ। ଘଞ୍ଚ ଜଙ୍ଗଲରେ ଚାଲି ଚାଲି ଜୈବ ବିବିଧତାକୁ ପାଖରୁ ଜାଣିବାକୁ ପ୍ରୟାସ କରିଥିଲେ। ଏହା କ’ଣ ଥିଲା, ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜୈବ ବିବିଧତା
ଜୈବ ବିବିଧତା

ଅନୁଗୋଳ: ଜୈବ ବିବିଧତା ଓ ଜଙ୍ଗଲ ସମ୍ପର୍କରେ ଜ୍ଞାନ ଆରୋହଣ ପାଇଁ ‘ୟୁଥ ହଷ୍ଟେଲ ଅଫ ଇଣ୍ଡିଆ’ ପକ୍ଷରୁ ଏକ ନିଆର ଅଭିଯାନ ଆରମ୍ଭ ହୋଇଛି। ଅନୁଗୋଳର ସାତକୋଶିଆ ଅଭୟାରଣ୍ୟର ବନ୍ୟଜନ୍ତୁ, ଜଙ୍ଗଲୀ ପରିବେଶ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବକ, ଯୁବତୀ, ସ୍କୁଲ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ ଏହି ଅଭିଯାନରେ। ଅଭୟାରଣ୍ୟ ମଧ୍ୟରେ ଚାଲି ଚାଲି ବୁଲିଛନ୍ତି ପ୍ରାୟ ୭ରୁ ୮ କିଲୋମିଟର ପର୍ଯ୍ୟନ୍ତ।

ସାତକୋଶିଆର ଜୈବ ବିବିଧତା ସାରା ବିଶ୍ଵରେ ବିରଳ। ଏଠାକାର ପରିବେଶ, ପ୍ରକୃତି, ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁଙ୍କ ସମ୍ପର୍କରେ ଜାଣିବା ପାଇଁ ଏକାଠି ହୋଇଥିଲେ ସବୁ ବର୍ଗର ଲୋକେ। ଜଙ୍ଗଲ ଭିତରେ ଚାଲି ଚାଲି ବୁଲିଥିଲେ ପ୍ରାୟ ୭ ରୁ ୮ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳ। ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ। ‘ୟୁଥ ହଷ୍ଟେଲ ଅଫ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଟ୍ରାକିଂରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଯୁବକ ଯୁବତୀ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ବୁଲିଥିଲେ ସାତକୋଶିଆ ଜଙ୍ଗଲ।

ଜୈବ ବିବିଧତା ଓ ଜଙ୍ଗଲକୁ ଜାଣିବାକୁ ନିଆର ପ୍ରୟାସ

ଅଭୟାରଣ୍ୟର ହାତୀବାରି ଠାରୁ କନ୍ଧ ଅଏଡା ପର୍ଯ୍ୟନ୍ତ ପ୍ରାୟ ୭ କିମି ବାଟ ଘଞ୍ଚ ଜଙ୍ଗଲ ଭିତରେ ଟ୍ରାକିଂ କରିଥିଲେ ସମସ୍ତେ। ଟ୍ରାକିଂ ବେଳେ ବିଭିନ୍ନ ପ୍ରକାର ଗଛ ଲତା ସମ୍ପର୍କରେ ଜାଣିଥିଲେ ଓ ବନ୍ୟଜନ୍ତୁଙ୍କ ପାଦ ଚିହ୍ନ ମଧ୍ୟ ଦେଖିଥିଲେ। ଏହା ସହିତ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ କିଭଳି ସୁରକ୍ଷା ଦେବା ସେ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ ସମସ୍ତେ। ପ୍ରକୃତି ସମ୍ପର୍କରେ ଜାଣିବା ଓ ତାର ସୁରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟରେ ହୋଇଥିଲା ଏହି କାର୍ଯ୍ୟକ୍ରମ।

ଦୁଇଦିନ ଧରି ଚାଲିଥିବା ଏହି କ୍ୟାମ୍ପରୁ ପ୍ରକୃତିକୁ ଜାଣିଲେ ହିଁ ତାର ସୁରକ୍ଷା କରିହେବ। ଏଭଳି ସଚେତନତା ବାର୍ତ୍ତା ନେଇ ଫେରିଛନ୍ତି ସମସ୍ତେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜୈବ ବିଭିଦତା ଓ ଜଙ୍ଗଲ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଯୂଥ ହଷ୍ଟେଲ ଅଫ ଇଣ୍ଡିଆ ର ଟ୍ରାକିଂ କ୍ୟାମ୍ପ । ଅନୁଗୋଳ ସାତକୋଶିଆ ର ଜଙ୍ଗଲ , ଜଙ୍ଗଲ ଜନ୍ତୁ , ଜଙ୍ଗଲ ପରିବେଶ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଯୁବକ , ସ୍କୁଲ ଛାତ୍ର ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ ଏହି କ୍ୟାମ୍ପ ରେ । ଅଭୟାରଣ୍ୟ ମଧ୍ୟରେ ଚାଲି ଚାଲି ବୁଲିଥିଲେ ୭ ରୁ ୮ କିଲୋମିଟର । Body:Vo – 1
ସାତକୋଶିଆ ର ଜୈବ ବିଭିଦତା ସାରା ବିଶ୍ଵରେ ବିରଳ । ଏଠାକାର ପରିବେଶ , ପ୍ରକୃତି, ଜଙ୍ଗଲ ଓ ଜଙ୍ଗଲି ଜନ୍ତୁ ଙ୍କ ସମ୍ପର୍କରେ ଜାଣିବା ପାଇଁ ଏକାଠି ହୋଇଥିଲେ ସବୁ ବର୍ଗର ର ଲୋକେ । ଜଙ୍ଗଲ ଭିତରେ ଚାଲି ଚାଲି ବୁଲିଥିଲେ ପ୍ରାୟ ୭ ରୁ ୮ କିଲୋମିଟର । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ । ୟୁଥ ହଷ୍ଟେଲର ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଟ୍ରାକିଂ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଯୁବକଯୁବତୀ, ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ବୁଲିଥିଲେ ସାତକୋଶିଆର ଜଙ୍ଗଲ ।
Byte – 1 ସରୋଜ ମାଝି , ଟ୍ରାକିଂ ରେ ଭାଗ ନେଇଥିବା ଛାତ୍ର
Byte – 2 ଅନୁପମା ପ୍ରଧାନ, ଟ୍ରାକିଂ ରେ ଭାଗ ନେଇଥିବା ବୟସ୍କା ମହିଳା
Vo – 2
ଅଭୟାରଣ୍ୟର ହାତିବାରି ଠାରୁ କନ୍ଧଅଏଡ଼ା ପର୍ଯ୍ୟନ୍ତ ପ୍ରାୟ ୭ କି.ମି ବାଟ ଘଞ୍ଚ ଜଙ୍ଗଲ ଭିତରେ ଟ୍ରାକିଂ କରିଥିଲେ ସମସ୍ତେ । ଟ୍ରାକିଂ ବେଳେ ବିଭିନ୍ନ ପ୍ରକାର ଗଛ ଲତା ସମ୍ପର୍କରେ ଜାଣିଥିଲେ ଓ ବନ୍ୟଜନ୍ତୁଙ୍କ ପାଦ ଚିହ୍ନ ମଧ୍ୟ ଦେଖିଥିଲେ । ଏହା ସହିତ ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ କିଭଳି ସୁରକ୍ଷା ଦେବା ସେ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ ସମସ୍ତେ । ପ୍ରକୃତି ସମ୍ପର୍କରେ ଜାଣିବା ଓ ତାର ସୁରକ୍ଷା ନେଇ ସଚେତନତା ଉଦେଶ୍ୟ ରେ ହୋଇଥିଲା ଏହି କାର୍ଯ୍ୟକ୍ରମ ।
Byte – 3 ଶୁଭେନ୍ଦୁ ବେହେରା , ଏସିଏଫ ସାତକୋଶିଆ
Byte – 3 ପଦ୍ମନାଭ ଦାବେ, ରାଜ୍ୟ ସଭାପତି ୟୁଥ ହଷ୍ଟେଲ ଅଫ ଇଣ୍ଡିଆ
Conclusion:ଦୁଇ ଦିନ ଧରି ଚାଲିଥିବା ଏହି କ୍ୟାମ୍ପ ରୁ ପ୍ରକୃତି କୁ ଜାଣିଲେ ହିଁ ତାର ସୁରକ୍ଷା କରିହେବ । ଏଭଳି ସଚେତନତା ବାର୍ତ୍ତା ନେଇ ଫେରିଛନ୍ତି ସମସ୍ତେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.