ETV Bharat / state

ସାଗର ପ୍ରଧାନ ହତ୍ୟାକାଣ୍ଡ: ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ବିଜେପିର ଅଭିଯୋଗ

ଅନୁଗୋଳ ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର ସାଗାର ପ୍ରଧାନ ହତ୍ୟାକାଣ୍ଡକୁ ନେଇ ବିଜେପିର ଉଦବେଗ ପ୍ରକାଶ । ବିଜେଡି କର୍ମୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Apr 16, 2022, 8:56 PM IST

Updated : Apr 16, 2022, 9:08 PM IST

ଦୁର୍ଗାପୁର ସାଗର ପ୍ରଧାନ ହତ୍ୟାକାଣ୍ଡ: ରାଜାନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ବିଜେପିର ଅଭିଯୋଗ

ଅନୁଗୋଳ: ଜିଲ୍ଲାର ଜରପଡା ଥାନାର ଦୁର୍ଗାପୁର ଗାଁରେ ଗତକାଲି(ଶୁକ୍ରବାର) ଘଟିଥିବା ସାଗର ପ୍ରଧାନ ହତ୍ୟାକାଣ୍ଡକୁ ନେଇ ବିଜେପି ଉଦବେଗ ପ୍ରକାଶ କରିଛି । ରାଜନୈତିକ ଶତ୍ରୁତା କାରଣରୁ ବିଜେଡି କର୍ମୀ ସାଗରକୁ ଟାଙ୍ଗିଆରେ ହାଣି ହତ୍ୟାକାରିଥିବା ବିଜେପି ଅଭିଯୋଗ କରିଛି ।

ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ଜରପଡା ଥାନାର ଦୁର୍ଗାପୁର ଗାଁରେ ଗତକାଲି ଘଟିଥିବା ସାଗର ପ୍ରଧାନ ହତ୍ୟାକାଣ୍ଡକୁ ନେଇ ବିଜେପି ଉଦବେଗ ପ୍ରକାଶ କରିଛି । ରାଜନୈତିକ ଶତ୍ରୁତା କାରଣରୁ ବିଜେଡି କର୍ମୀ ସାଗରକୁ ଟାଙ୍ଗିଆରେ ହାଣି ହତ୍ୟାକାରିଥିବା ବିଜେପି ଅଭିଯୋଗ କରିଛି । ଆଜି ବିଜେପିର ପ୍ରତିନିଧି ମଣ୍ଡଳୀ ଦୁର୍ଗାପୁର ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମୃତ ସାଗରର ପରିବାରକୁ ଭେଟିବା ସହ କାହିଁକି ତାଙ୍କୁ ହତ୍ୟା କରାଗଲା ତାର ଅନୁଧ୍ୟାନ କରିଛନ୍ତି ବିଜେପିର ଏହି ପ୍ରତିନିଧି ମଣ୍ଡଳୀ ।

ସାଗର ପ୍ରଧାନ ହତ୍ୟାକାଣ୍ଡ: ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ବିଜେପିର ଅଭିଯୋଗ

ଏନେଇ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ମଧ୍ୟ ଘଟଣା ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଘଟଣା ପରିବାର ଲୋକେ 9 ଜଣଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରି ଥିବାବେଳେ ପୋଲିସ ମାତ୍ର ଜଣକୁ ଗିରଫ କରିଛି । ତେଣୁ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତ ସାଗରର ପରିବାର ଓ ଗାଁ ଲୋକଙ୍କ ସୁରକ୍ଷା ଦେବାକୁ ଦାବି କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ।

ସୂଚନା ଅନୁସାରେ, ଦୁର୍ଗାପୁର ଗ୍ରାମରେ ଦଣ୍ଡନୃତ୍ୟ ଚାଲି ଥିବାବେଳେ ସାଗର ପ୍ରଧାନ ଘର ନିକଟରେ ଥିବା ମଣ୍ଡପରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିବା ଜଣାପଡିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗର ପ୍ରଧାନଙ୍କ ମୃତଦେହ ପଡିଥିବା ସକାଳେ ଗ୍ରାମବାସୀ ଓ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ପ୍ରଧାନକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 16, 2022, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.