ETV Bharat / state

RPDACର ନିଷ୍ପତ୍ତିକୁ ମାନୁନି NTPC, ବୈଠକ ପରିତ୍ୟାଗ କଲେ ବିଧାୟକ ଓ ସାଂସଦ - ଅନୁଗୋଳ ଖବର

RPDACରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହିଁ ମହାରତ୍ନ କମ୍ପାନୀ ଏନଟିପିସି । ଏହାକୁ ବିରୋଧ କରି RPDACର ନବମ ବୈଠକକୁ ବର୍ଜନ କରିଛନ୍ତି ଅନୁଗୋଳ ଜିଲ୍ଲାର ଦୁଇ ବିଧାୟକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ । ଅଧିକ ପଢ଼ନ୍ତୁ...

angul mla and dhenkanal mp left RPDAC meeting alleged ntpc not following the meeting decision
RPDACର ନିଷ୍ପତ୍ତିକୁ ମାନୁନି NTPC, ବୈଠକ ପରିତ୍ୟାଗ କଲେ ବିଧାୟକ ଓ ସାଂସଦ
author img

By

Published : Jan 12, 2021, 7:40 PM IST

ଅନୁଗୋଳ: ଆରପିଡିଏସିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହିଁ ମହାରତ୍ନ କମ୍ପାନୀ ଏନଟିପିସି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନୁଗୋଳ ଜିଲ୍ଲାର ବିଧାୟକ ଓ ସାଂସଦ । ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି RPDACରେ ନିଆଯାଇଥିଲା ତାହା କାର୍ଯ୍ୟକାରୀ ହୋଇ ନାହିଁ । ଏଥିପାଇଁ RPDACର ନବମ ବୈଠକକୁ ବର୍ଜନ କରିଛନ୍ତି ଅନୁଗୋଳ ଜିଲ୍ଲାର ଦୁଇ ବିଧାୟକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ।

RPDACର ନିଷ୍ପତ୍ତିକୁ ମାନୁନି NTPC, ବୈଠକ ପରିତ୍ୟାଗ କଲେ ବିଧାୟକ ଓ ସାଂସଦ

ପୂର୍ବରୁ ବୈଠକରେ ଯାହା ନିଷ୍ପତ୍ତି ହୋଇଥିଲା କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ । ନିର୍ବାଚିତ ପ୍ରତିନିଧିମାନେ ଏହାର ଜବାବ ଚାହିଁଥିଲେ। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ସଠିକ ଜବାବ ଦେଇ ପାରି ନଥିଲେ। ଏହାକୁ ନେଇ ନିର୍ବାଚିତ ଲୋକ ପ୍ରତିନିଧିମାନେ ବିରକ୍ତି ପ୍ରକାଶ କରିଥିଲେ। ଏଭଳି ବୈଠକ ପରେ ବୈଠକ ହେଉଛି ହେଲେ ଏହାର କିଛି ସୁଫଳ ମିଳି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ପ୍ରତିନିଧି ।

୩୦ ବର୍ଷରୁ ଅଧିକ ବିତିଗଲାଣି ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳୁନି। ଏଯାଏଁ ବହୁ କ୍ଷତିଗ୍ରସ୍ତ କ୍ଷତିପୂରଣ ଅର୍ଥ ପାଇ ନାହାଁନ୍ତି । ବାରମ୍ବାର ଖାଲି ବୈଠକରେ ଆଲୋଚନା ହେଉଛି। କିନ୍ତୁ ଲୋକଙ୍କର ସମସ୍ୟାର ସମାଧାନ ହେଇନାହିଁ । ତେଣୁ RPDACର ନବମ ବୈଠକରେ ଉପସ୍ଥିତ ଅନୁଗୋଳ ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀମାନଙ୍କୁ ବୈଠକରେ ଯାହା ନିଷ୍ପତ୍ତି ହେବ, ତାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ଲୋକ ପ୍ରତିନିଧି।

କିନ୍ତୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ବାଧ୍ୟ ହୋଇ ଲୋକ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଳଙ୍କ ସମେତ ସ୍ଥାନୀୟ ବହୁ ଲୋକ ପ୍ରତିନିଧି ବୈଠକ ବର୍ଜନ କରିଥିଲେ।

ଉତ୍ତର କେନ୍ଦ୍ରାଞ୍ଚଳ ଆରଡିସି ନିରଞ୍ଜନ ସାହୁ ଆଜି(ମଙ୍ଗଳବାର) ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲ୍ଲାପାଳ ଆବାହକ ଭାବେ ପରିଚାଳନା କରୁଥିବାବେଳେ ଡିଆଜି ସାର୍ଥକ ଷଡଙ୍ଗୀ , ଏସପି ଜଗମୋହନ ମୀନାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଏବଂ ଏନଟିପିସିର ପଦାଧିକାରୀମାନେ ଯୋଗ ଦେଇଥିଲେ। ବୈଠକର ସଦସ୍ୟ ଢେଙ୍କାନାଳ ଏମପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଳଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.