ETV Bharat / state

ସୁନାର ଫସଲରେ ଦାଉ ସାଧିଲା ପୋକ, ପରିଚୟ ହରାଇବ ଫୁଲକୋବିର ଗାଁ କୁଳେଇ ! - ଅନୁଗୋଳ ଫୁଲକୋବି ଚାଷ

ଦିନେ ଫୁଲ କୋବି ଗାଁ ଭାବେ ସାରା ରାଜ୍ୟରେ ନାଁ କରିଥିଲା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁଳେଇ ଗାଁ । ଚାଷୀଙ୍କ ନିଜସ୍ବ ଜ୍ଞାନ କୌଶଳରେ ବର୍ଷକୁ 4 ଥର କୋବି ଚାଷ କରି ଲାଭବାନ ହେଉଥିଲେ । ହେଲେ ଦାଉ ସାଧୁଛି ପ୍ରକୃତି । ବିଲରେ ଅଜଣା ପୋକ ମାଡିଯିବାରୁ ଶହଶହ ଏକର ଚାଷ ଏବେ ନଷ୍ଟ ହେବାକୁ ବିସିଛି । ଅଧିକ ପଢ଼ନ୍ତୁ

angul farmers in tension due to unknown insects damaging Cauliflower farm
ସୁନାର ଫସଲରେ ଦାଉ ସାଝିଲା ପୋକ, ପରିଚୟ ହରାଇବ ଫୁଲକୋବି ଗାଁ କୁଳେଇ
author img

By

Published : Nov 25, 2022, 4:03 PM IST

ଅନୁଗୋଳ: ଅଜଣା ପୋକ ଯୋଗୁଁ ଶହଶହ ଏକର ଜମିରେ ଫୁଲ କୋବି ଫସଲ ନଷ୍ଟ । ଯେତେ ପ୍ରକାର କୀଟ ନାଶକ ପ୍ରୟୋଗ କଲେ ମଧ୍ୟ ପୋକ ନିୟନ୍ତ୍ରଣ ହୋଇ ପାରୁନାହିଁ । ବର୍ଷକର ବେଉସା ନଷ୍ଟ ହେଉଥିବା ଦେଖି ଚିନ୍ତାରେ ଚାଷୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁଳେଇ ଗାଁରେ । ଏହି ଗାଁଟି ଫୁଲ କୋବି ଚାଷ ପାଇଁ କେବଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ନାଁ କରିଛି । ହେଲେ ଏବେ ଫୁଲକୋବି ଚାଷ ଠାରୁ ମୁହଁ ମୋଡ଼ିଲେଣି ଚାଷୀ ।

ସୁନାର ଫସଲରେ ଦାଉ ସାଧିଲା ପୋକ

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକରେ ରହିଛି କୁଳେଇ ଗାଁ । ଏଠାରେ ପ୍ରାୟ ୮୦ରୁ ଅଧିକ ପରିବାର ବସବାସ କରନ୍ତି । ସମସ୍ତେ କେବଳ ଚାଷ ଉପରେ ନିର୍ଭର କରନ୍ତି । ସବୁଠାରୁ ବଡ଼ କଥା ହେଉଛି ଫୁଲ କୋବି ଚାଷ ଏମାନଙ୍କର ମୁଖ୍ୟ ଫସଲ । ଗାଁରେ ପ୍ରାୟ ୧୦୦ ଏକର ଜମିରେ କୋବି ଫସଲ ହେଉଛି । ବର୍ଷରେ ୪ଥର କୋବି ଫସଲ କରାଯାଉଛି । ଯାହାକି ଏକ ନିଶ୍ଚିତ ଭାବେ ବିରଳ । କାରଣ ଉଦ୍ୟାନ ବିଭାଗ ଅନୁସାରେ ବର୍ଷରେ କେବଳ ସର୍ବାଧିକ ୩ଥର ହିଁ ଫୁଲ କୋବି ଚାଷ ହୋଇ ପାରିବ । ହେଲେ ଚାଷୀ ନିଜସ୍ୱ ଜ୍ଞାନ କୌଶଳ ପ୍ରୟୋଗ କରି ୪ଥର କୋବି ଫସଲ କରି ପାରୁଛନ୍ତି । ପ୍ରତିବର୍ଷ ଚାଷୀ କୋବି ଫସଲ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋବି ବିକ୍ରି ପାଇଁ ଯାଉଛି । ବାହାର ବେପାରୀମାନେ ଆସି ଟ୍ରକ ଯୋଗେ କୋବି ନେଇ ଯାଉଛନ୍ତି । ଏସବୁ ଦୃଷ୍ଟିରୁ କୁଳେଇ ଗାଁକୁ ଫୁଲ କୋବିର ଗାଁ ବୋଲି କୁହନ୍ତି । କାରଣ ବର୍ଷ ତମାମ ଯେଉଁ ସମୟରେ ଗାଁକୁ ଗଲେ କ୍ଷେତରେ ଫୁଲ କୋବି ଦେଖିବାକୁ ମିଳେ । ହେଲେ ଏବେ ଦୁଇ ତିନି ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଅଧିକାଂଶ ଚାଷୀ ଫୁଲକୋବି ଚାଷରୁ ଓହରି ଗଲେଣି । ଏହାର କାରଣ କେଉଁ ଏକ ଅଜଣା ପ୍ରଜାତିର ପୋକ କୋବି ଫସଲକୁ ନଷ୍ଟ କରି ଦେଉଛନ୍ତି । ଯେତେ ପ୍ରକାର କୀଟନାଶକ ପ୍ରୟୋଗ କଲେ ମଧ୍ୟ ସେହି ପୋକ ମରୁ ନାହାନ୍ତି । ଗଛର ପତ୍ର ସବୁ କଣା କରି ନଷ୍ଟ କରି ଦେଉଛନ୍ତି । ଫଳରେ ଆଉ କୋବି ହେଉ ନାହିଁ ଏବଂ ଯେଉଁ ଗଛରେ କୋବି ହେଉଛି ତାହା ମଧ୍ୟ ଖାଇବା ଉପଯୋଗୀ ହୋଇ ରହୁ ନାହିଁ । ତେଣୁ ଚିନ୍ତାରେ ପଡ଼ିଯାଇଛନ୍ତି କୋବି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ: Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

ଚଳିତ ବର୍ଷ ଶତକଡା ପ୍ରାୟ ୨୫ ରୁ ୩୦ ଭାଗ ଚାଷୀ ଫୁଲ କୋବି ଚାଷ ନକରି ଜମି ପଡିଆ ପକାଇଛନ୍ତି । ଯେଉଁ ଚାଷୀମାନେ ଏହି ଚାଷ କରିଛନ୍ତି ସେମାନେ କ୍ଷତି ସହୁଛନ୍ତି । ଚାଷୀଙ୍କ କହିବା କଥା, "ଜମି ଚାଷ କରିବାଠାରୁ ତଳି ପକାଇବା, ଚାରା ଲଗାଇବା, କୀଟନାଶକ ପ୍ରୟୋଗ କରିବା ଏବଂ ପାଣି ମଡ଼ାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ସହ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଗାଁର ଅନେକ ଚାଷୀ ଭେଳାରେ ନାଳ ପାର ହୋଇ କୋବି କ୍ଷେତକୁ ଯାଉଛନ୍ତି । ପ୍ରତିଦିନ ସକାଳୁ ଯାଇ ସନ୍ଧ୍ୟାରେ ଫେରିବାକୁ ପଡୁଛି । ଏହାଛଡା କୀଟନାଶକ ଦର ହୁହୁ ହୋଇ ବଢି ଚାଲିଛି। ପାଣି ପମ୍ପ୍‌ରେ ବ୍ୟବହାର କରିବାକୁ କିରୋସିନୀ ଲିଟର ପ୍ରତି ୧୦୦ଟଙ୍କାରୁ ଅଧିକ ଦରରେ କିଣିବାକୁ ପଡୁଛି। ଏସବୁ କରିବା ପରେ ପୋକ ଦାଉରୁ ରକ୍ଷା ମିଳି ପାରୁନାହିଁ ।" ତେଣୁ ବାରମ୍ବାର କ୍ଷତି ସହିବା ଅପେକ୍ଷା ଚାଷକୁ ବନ୍ଦ କରିବାକୁ ଉଚିତ ମଣୁଛନ୍ତି ଫୁଲକୋବି ଚାଷୀ । ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ପରେ ଉଦ୍ୟାନ ଓ କୃଷି ବିଭାଗ ଅଧିକାରୀମାନେ ଗାଁକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀଙ୍କୁ ନୂଆନୂଆ ପ୍ରକାର କୀଟନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ କିଛି କାମ ଦେଉ ନାହିଁ । ଫଳରେ ଭାଗ୍ୟକୁ ଆଦରି ରହିଛନ୍ତି ଚାଷୀ ।

ଉଦ୍ୟାନ ବିଭାଗ ଅଧିକାରୀଙ୍କ କହିବା କଥା, ଜଳବାୟୁରେ ପରିବର୍ତ୍ତନ ଏଭଳି ସ୍ଥିତି ପାଇଁ ଦାୟୀ । ତେବେ ସେହି ନିର୍ଦ୍ଦିଷ୍ଟ ପୋକ ଦମନ କରିବାକୁ କଣ ପ୍ରୟୋଗ କରିହେବ ସେଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ଅନ୍ୟ ପକ୍ଷରେ ଯେଉଁ ଗାଁ ଦିନେ ଫୁଲ କୋବିର ଗାଁ ଭାବେ ଜଣାଶୁଣା ଥିଲା ସେହି ପରିଚୟ ଏବେ ଲିଭି ଯିବାକୁ ଯାଉଛି । ତେଣୁ ତୁରନ୍ତ ଏହାର ପ୍ରତିକାର କରାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଅନୁୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.