ETV Bharat / state

ସଫଳ ଚାଷୀ ବିଭୂତି; ସମ୍ମିଳିତ କୃଷି କରିଛି ଆତ୍ମନିର୍ଭରଶୀଳ, ବର୍ଷକୁ 10 ଲକ୍ଷ ରୋଜଗାର

Angul farmer harvests profit: ସମ୍ମିଳିତ କୃଷି ଜରିଆରେ ଅନୁଗୋଳ ବ୍ଲକର ରଗୁଡିଆପଡା ଗାଁର ବିଭୁତି ପ୍ରଧାନ ସାଜିଛନ୍ତି ସଫଳ କୃଷକ । ଫଳେଇଛନ୍ତି ଟମାଟୋ, ବାଇଗଣ, କୋବି, ଝୁଡଙ୍ଗ, ପୋଟଳ, ବିନ, ମୂଳା, ଲଙ୍କା ଆଦି ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ବରକୋଳି, ପିଜୁଳି, ହରଡ଼, ଗେଣ୍ଡୁ ଫୁଲ ଇତ୍ୟାଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 5, 2024, 7:59 AM IST

ଚାଷୀଙ୍କୁ କରିଛି ଆତ୍ମନିର୍ଭରଶୀଳ କରିଛି ସମ୍ମିଳିତ କୃଷି

ଅନୁଗୋଳ: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ଏଭଳି ଏକ ସଫଳ ଚାଷୀର ଉଦାହରଣ ସାଜିଛନ୍ତି ଅନୁଗୋଳ ବ୍ଲକ ରଗୁଡିଆପଡା ଗାଁର ବିଭୁତି ପ୍ରଧାନ । ନିଜର ପରିତ୍ୟକ୍ତ ହୋଇପଡିଥିବା ୧୦ ଏକର ଜମିରେ ଫଳାଇଛନ୍ତି ସୁନାର ଫସଲ । ସେ ଫଳେଇଛନ୍ତି ଟମାଟୋ, ବାଇଗଣ, କୋବି, ଝୁଡଙ୍ଗ, ପୋଟଳ, ବିନ, ମୂଳା, ଲଙ୍କା ଆଦି ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ବରକୋଳି, ପିଜୁଳି, ହରଡ଼, ଗେଣ୍ଡୁ ଫୁଲ ଇତ୍ୟାଦି । ଗତ ୨-୩ ବର୍ଷ ହେବ ସେ ରାଜ୍ୟ ସରକାରଙ୍କ ସହାୟତାରେ ବୈଜ୍ଞାନିକ ପଦ୍ଧତିରେ ଅତି ଉନ୍ନତ ମାନର ଚାଷ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଚାଷ ନିଶା, 10ଜଣଙ୍କୁ ଦେଇଛନ୍ତି ରୋଜଗାର

ତାଙ୍କର ଚାଷରେ ଏଭଳି ସଫଳତା ଦେଖି ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ବୈଷୟିକ ଜ୍ଞାନ କୌଶଳ ଏବଂ ବିଭିନ୍ନ ଉନ୍ନତ ମାନର କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ବିଭିନ୍ନ କିସମର ଉନ୍ନତ ମାନର ଚାରା ଯୋଗାଇ ଦିଆଯାଇଛି । ପ୍ରଶାସନ ତରଫରୁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର(ଏପିସି) କରାଯାଇଛି ଏବଂ ସେହି ଏପିସି ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ଦିଆଯାଉଛି । ଯାହାଦ୍ବାରା ବିଭୂତି ବର୍ତ୍ତମାନ ବର୍ଷକୁ ୧୦ ଲକ୍ଷରୁ ଅଧିକ ରୋଜଗାର କରିପାରୁଛନ୍ତି । ଏହାଛଡା ୧୦ ରୁ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇପାରୁଛନ୍ତି । ବୈଜ୍ଞାନିକ ପ୍ରଣାଳୀରେ ଚାଷ କରୁଥିବାରୁ ବର୍ଷ ସାରା କ୍ଷେତ ସବୁଜିମାରେ ଭରପୁର ରହୁଛି ।

ଏହା ମଧ୍ୟ ପଢାନ୍ତୁ... ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି, ଚାଷ କରି ମାଲାମାଲ ହେଉଛନ୍ତି ଦୁଇ ଭାଇ

ତାଙ୍କ ସବୁଜ କ୍ଷେତକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ଚାଷୀମାନେ ଆସୁଛନ୍ତି । ଏପରିକି ଜିଲ୍ଲା ବାହାରର ଅନେକ ଚାଷୀ ତାଙ୍କ କ୍ଷେତକୁ ଆସି ଦେଖିବା ସହ ତାଙ୍କ ଠାରୁ ଜ୍ଞାନ କୌଶଳ ନେଉଛନ୍ତି । ନିଜର କୃଷି ସଫଳତା ପାଇଁ ବିଭୁତି ପ୍ରଧାନ ଶ୍ରେଷ୍ଠ ଚାଷୀ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏପରିକି ଜିଲ୍ଲା ତଥା ଜିଲ୍ଲା ବାହାରର ନାନା କୃଷି ମହୋତ୍ସବରେ ସେ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି । ବିଭୂତିଙ୍କ ଏହି କୃଷି ସଫଳତା ଅନ୍ୟ ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ସାଜିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.