ଅନୁଗୋଳ: ସାରା ଦେଶରେ ବ୍ୟାପିବାରେ ଲାଗିଛି ୟୁପି ହାଥରସ ଦୁଷ୍କର୍ମ ଘଟଣା ବିରୋଧୀ ପ୍ରତିବାଦ । ଏମିତିରେ ଦେଶବ୍ୟାପୀ କଂଗ୍ରେସ ଜାରି ରଖିଛି ଆନ୍ଦୋଳନ ଶୋଭାୟାତ୍ରା । ଏହିକ୍ରମରେ ସୋମବାର ଅନୁଗୋଳରେ ତେଜିଛି ଜିଲ୍ଲା କଂଗ୍ରେସର ସ୍ବର । ଘଟଣାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ଦେଖାଯାଇଛି ।
ସୂଚନା ଅନୁଯାୟୀ ସହରର ରାଜା ଛକଠାରେ ବହୁ ସଂଖ୍ୟକ କଂଗ୍ରେସକ କର୍ମୀ ଏକତ୍ରିତ ହୋଇ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଘଟଣା ପାଇଁ ସରକାର ବିରୋଧୀ ନାରା ଦେଇଥିଲେ । ଏଥିସହ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟାକୁ ଟାର୍ଗେଟ କରି ତାଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦଳ ପକ୍ଷରୁ ଦାବି ଜୋର ଧରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ