ETV Bharat / state

ଅନୁଗୋଳ କଂଗ୍ରେସର ଜେଲଭରୋ ଆନ୍ଦୋଳନ, ପୋଲିସ କଂଗ୍ରେସ କର୍ମୀ ମୁହାଁମୁହିଁ - ଅନୁଗୋଳରେ କଂଗ୍ରେସର ବିକ୍ଷୋଭ

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଜେଲଭରୋ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

ଅନୁଗୋଳ କଂଗ୍ରେସର ଜେଲଭରୋ ଆନ୍ଦୋଳନarat
ଅନୁଗୋଳ କଂଗ୍ରେସର ଜେଲଭରୋ ଆନ୍ଦୋଳନt
author img

By

Published : Aug 5, 2022, 5:49 PM IST

ଅନୁଗୋଳ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ଯାପୀ କଂଗ୍ରେସର ହଲ୍ଲାବୋଲ୍‌ । ଅନୁଗୋଳରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବରିଷ୍ଠ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ଶତାଧିକ କର୍ମୀ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ ।

ଅନୁଗୋଳ କଂଗ୍ରେସର ଜେଲଭରୋ ଆନ୍ଦୋଳନ

ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିବା ସହ କହିଛନ୍ତି ଯେ, "କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି କରୁଥିବାରୁ ଗରିବ ସାଧାରଣ ଲୋକେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଉଭୟ ସରକାର ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ ଅଧିକ ଦେଖୁଛନ୍ତି । ରୋଜଗାର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ସରକାର କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ମଧ୍ୟ ସଫଳ ହୋଇପାରିଲା ନାହିଁ । ନିଜ ପ୍ରତିଶୃତି ରକ୍ଷା କରିବାରେ ସରକାର ଫେଲ୍‌ ମାରିଛନ୍ତି ।"

ବିକ୍ଷୋଭ ସମୟରେ କଂଗ୍ରେସ କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକ ଡେଇଁ ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଶେଷରେ ପୋଲିସ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା । ଆଗାମୀ ଦିନରେ ସାରା ଦେଶରେ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.