ETV Bharat / state

ଭିନ୍ନ ଭିନ୍ନ ଫର୍ମରେ ଡ୍ୟାନ୍ସ: India Book Of Records ଯୋଡିଲେ ନାଁ, ଅନୁଗୋଳର ଗର୍ବ 7ବର୍ଷୀୟ ପ୍ରତୀକ

author img

By

Published : Oct 31, 2022, 5:30 PM IST

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଅନୁଗୋଳ ର କୁନି ଡ୍ୟାନ୍ସର ପ୍ରତୀକ ବାରିକ । ଭିନ୍ନ ଭିନ୍ନ ନୃତ୍ୟ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏହି କୁନି ଡ୍ୟାନ୍ସର । ଅଧିକ ପଢନ୍ତୁ

କୁନି ପ୍ରତିକଙ୍କ କମାଲ, ଇଣ୍ଡିଆ ବୁକ ଅଫ ରେକର୍ଡରେ ଯୋଡିଲେ ନାଁ

ଅନୁଗୋଳ: ମାତ୍ର 7 ବର୍ଷ ବୟସରେ ସଫଳତାର ସ୍ବାଦ ଚାଖିଛନ୍ତି ଅନୁଗୋଳର କୁନି ଡ୍ୟାନ୍ସର ପ୍ରତୀକ ବାରିକ । ଏତେ କମ୍ ବୟସରେ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ଭିନ୍ନ ଭିନ୍ନ ନୃତ୍ୟ କରି ନିଜ ପାଇଁ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏହି କୁନି ଡ୍ୟାନ୍ସର । ତାଙ୍କର ବଲିଉଡ଼ ଡ୍ୟାନ୍ସ ଫର୍ମକୁ ସ୍ବୀକୃତି ଦେଇଛି ଇଣ୍ଡିଆ ବୁକ ଅଫ ରେକର୍ଡ ।

ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ର ଲକ୍ଷ୍ମୀପୁର ଗାଁ ର ପ୍ରଶାନ୍ତ କୁମାର ବାରିକ ଙ୍କ ବଡ଼ ପୁଅ ପ୍ରତୀକ । ତାଙ୍କ ବାପା ଜିଲ୍ଲାର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ପ୍ରତୀକ ଏକ ଘରୋଇ ଇଂରାଜୀ ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀର ଛାତ୍ର । ପରିବାର ଲୋକଙ୍କ ପ୍ରେରଣା ସହ ଟେଲିଭିଜନ ଓ ମୋବାଇଲ ରେ ବିଭିନ୍ନ ଡ୍ୟାନ୍ସ ଦେଖି ପ୍ରତୀକ ନୃତ୍ୟ ପ୍ରତି ଆକର୍ଷିତ ହେବା ସହ ୪ ବର୍ଷ ରୁ ନୃତ୍ୟ ପରିବେଷଣ କରି ଆସୁଛନ୍ତି ।

ବଲିଉଡ ହେଉ କି ହଲିଉଡ ସବୁ ଗୀତର ସ୍ବରରେ ନୃତ୍ୟ କରିବାରେ ସତେ ଯେମିତି ଏହି କୁନି ପିଲାଟି ମାହିର । ଯାହାଙ୍କ ନୃତ୍ୟୁ ପରିବେଷଣ କରିବାର ଶୈଳୀ ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ମିଳିଛି । ଦ୍ଵିତୀୟ ଶ୍ରେଣୀରେ ପଡୁଥିବା ଏହି କୁନି ଡ୍ୟାନ୍ସର ର ଡ୍ୟାନ୍ସ କୁ ଆଖିରେ ନ ଦେଖିଲେ ବିଶ୍ବାସ କରି ହୁଏନି। ଯାହା ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନ। ଏହି କୁନି ପିଲାଟି ଯେଉଁ ଫର୍ମ ର ଡ୍ୟାନ୍ସ ଦେଖେ ଅବିକଳ ସେହିଭଳି କରି ଦେଖାଏ । ପୁଅର ଏଭଳି ସଫଳତା ପାଇଁ ତାଙ୍କ ପରିବାର ଲୋକେ ବହୁତ ଖୁସି ।

ପୁଅର ଏଭଳି ସଫଳତା ପରେ ପ୍ରତୀକଙ୍କ ବାପା ପ୍ରଶାନ୍ତ ବାରିକ କହିଛନ୍ତି, "ପ୍ରତୀକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଥିବାରୁ ମୁଁ ବହୁତ ଖୁସି । ସେ ବହୁତ ଯାଗାରେ ଡ୍ୟାନ୍ସ କରିଛି । ସେ ନିଜେ ନିଜେ ଟିଭି ଓ ୟୁଟୁବ୍ ରୁ ଦେଖି ଦେଖି ଶିଖେ । ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ କରୁଛି ସେ ଏବେ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.