ଅନୁଗୋଳ: ସରକାରୀ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ଙ୍କୁ ଦେଖିବାକୁ ମିଳିଛି ଚାଷୀ ଅନ୍ଦାଜରେ । ବିଧାୟକ ସାଏ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି । ନିଜେ ଟ୍ରାକ୍ଟର ଚଳାଇ ରମେଶ ଜମି କାଦୁଅ କରିବା ସହ ଶ୍ରମିକଙ୍କ ସହ ମିଶି ତଳି ରୋଇଛନ୍ତି ।
ଖାଲି ସେତିକି ନୁହେଁ ସେ ନିଜ ପୋଖରୀରେ ଜାଲ ପକାଇ ମାଛ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ମତରେ ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଦୁର୍ବଳତା ଥିଲା । ସରକାରୀ ଚାକିରୀ ରୁ ଯେତେବେଳେ ଛୁଟିରେ ଆସନ୍ତି ସେତେବେଳେ ମଧ୍ୟ ସେ ଚାଷ ବାସ କଥା ବୁଝନ୍ତି ।
ଏବେ ରାଜନେତା ହେଲେବି ସୁଦ୍ଧା ନିଜ ରୁଚି କୁ ସେ ବଜାୟ ରଖିଛନ୍ତି । ତାଙ୍କର ଚାଷ କରିବା ର ଏହି ଆଗ୍ରହ ଅନ୍ୟ ଚାଷୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ନିଜ ଅଞ୍ଚଳ ର କୃଷି ଓ କୃଷକର ବିକାଶ ପାଇଁ ସେ କାମ କରୁଛନ୍ତି । ଅଞ୍ଚଳର ଜଳସେଚନ କୁ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ