ଅନୁଗୋଳ: 16 ଦଫା ଦାବି ନେଇ ଜିଲ୍ଲା ପାଚିକା ଓ ସହାୟିକା ସଙ୍ଘର ବିକ୍ଷୋଭ ପ୍ରଦର୍ଶନ। ଅନୁଗୋଳରେ ସଂଘର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ପ୍ରତିବାଦ ସଭା କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ବିଶେଷ କରି ପାଚିକା ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ଦେବା, ସର୍ବନିମ୍ନ ମଜୁରୀ 21 ହଜାର ଟଙ୍କା କରିବା, ପିଏଫ ଓ ଅବସରକାଳୀନ ପେନସନ ପ୍ରଦାନ କରିବା, ଛଟେଇ ବନ୍ଦ କରିବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି 16 ଦଫା ଦାବି ଉପସ୍ଥାପନ କରାଯାଇଥିଲା। ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ପାଚିକା ଓ ସହାୟିକା ଅଭିଯୋଗ କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ