ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

author img

By

Published : Oct 30, 2020, 4:33 PM IST

ଅନୁଗୋଳରେ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ ବଜ୍ରକୋଟ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଅଧିକ ପଢ଼ନ୍ତୁ...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ଅନୁଗୋଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲ୍ଲାର କଣିହାଁ ବନାଞ୍ଚଳ ଅନ୍ତର୍ଗତ ବଜ୍ରକୋଟ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମୃତକ ବଜ୍ରକୋଟ ଗାଁର ମାୟାଧର ବେହେରା ବୋଲି ଜଣାପଡ଼ିଛି। ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନାର ମାହୋଲ ରହିଛି। ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ହେଉଥିବା ନେଇ ଅଭିଯୋଗ ହେଉଛି। ତେବେ ବନବିଭାଗ ଏନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

ଆଜି(ଶୁକ୍ରବାର) ମାୟାଧର କୌଣସି କାମରେ ବାହାରକୁ ଯାଇଥିଲେ। ତେବେ ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ମାୟାଧର ବେହେରା।

ଖବର ପାଇ କଣିହାଁ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ମାୟାଧରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଣିହାଁ ଡାକ୍ତରଖାନା ପଠାଇଥିଲା ବନବିଭାଗ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଗତ କିଛି ମାସ ହେଲା କଣିହାଁ ବନାଞ୍ଚଳରେ ହାତୀ ପଲ ଡେରା ପକାଇଛନ୍ତି। ହାତୀ ପଲ ଅଞ୍ଚଳରେ ବ୍ୟାପକ ଧାନ ଓ ଅନ୍ୟାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସୁଫଳ କିଛି ମିଳୁ ନଥିବା ଅଭିଯୋଗ ହୋଇଛି। ଫଳରେ ଲୋକ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି।

ସେପଟେ ହାତୀ ଉପଦ୍ରବର ପ୍ରତିକାର ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି। ପ୍ରତିଦିନ ବନ ବିଭାଗ ନିଆଁ ଜାଳି ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ତେବେ ହାତୀପଲକୁ ସେହି ଅଞ୍ଚଳ ଛାଡ଼ି ଯାଉନଥିବା ସୂଚନା ଦେଇଛି ବନ ବିଭାଗ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.