ETV Bharat / state

ଆମ୍ବ ତୋଟାରେ ବୃଦ୍ଧଙ୍କୁ ଦଳିଲା ଦନ୍ତା - Angul

ଢେଙ୍କାନାଳ ଜିଲ୍ଲାରେ ମୋଟଙ୍ଗା ଗ୍ରାମରେ ଅଘଟଣ । ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 20, 2019, 11:56 AM IST

ଅନୁଗୋଳ: ଆମ୍ବ ଗୋଟାଇବା ହେଲା କାଳ । ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତାହାତୀ । ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଣଦେଇ ଗ୍ରାମରେ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୋମବାର ସକାଳ ସମୟରେ ମଙ୍ଗରାଜ ପାତ୍ର, ଆମ୍ବ ତୋଟାକୁ ଆମ୍ଭ ଗୋଟାଇବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ତା ଶୁଣ୍ଢରେ ବୃଦ୍ଧ ଜଣଙ୍କୁ କଚାଡି ମାରି ଦେଇଥିଲା । କୌଣସି ସୂତ୍ରରୁ ଖବର ପାଇ ଘରେ ଲୋକେ ଓ ଗ୍ରାମବାସୀ ମୃତ ଦେହକୁ ଉଦ୍ଧାର କରିଥିଲେ ।

ଏହାପରେ ଗ୍ରାମବାସୀ ବୃଦ୍ଧଙ୍କ ମୃତ ଦେହକୁ ଗାଁ ଛକରେ ରଖି 55ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ବେଶ କିଛି ସମୟ ଆନ୍ଦୋଳନ କରିବା ପରେ ସ୍ଥାନୀୟ ବନବିଭାଗ ଓ ପୋଲିସ ପହଞ୍ଚି ଶବ ଜବତ କରିବା ସହ କ୍ଷତିପୂରଣ ଦିଆଯିବାର ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.