ETV Bharat / state

ବେଫିକର ଆମ୍ବୁଲାନ୍ସ କର୍ମଚାରୀ, ଗୁରୁତର ଶିଶୁକୁ ଗାଡିରେ ରଖି ଖାଉଛନ୍ତି ଜଳଖିଆ

author img

By

Published : Aug 6, 2020, 10:47 PM IST

ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଥିବା ଶିଶୁକୁ ରାସ୍ତା କଡରେ ଛିଡାକରି ୧୦୮ ଗାଡି ଚାଳକ ଓ କର୍ମଚାରୀଙ୍କ ଜଳଖିଆ ଖାଇବାର ଦୁର୍ଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଛକରେ ।

vବେ ଫିକର ଆମ୍ବୁଲାନ୍ସ କର୍ମଚାରୀ: ଗୁରୁତର ଶିଶୁକୁ ଗାଡିରେ ରଖି ଖାଉଛନ୍ତି ଜଳଖିଆ
ବେ ଫିକର ଆମ୍ବୁଲାନ୍ସ କର୍ମଚାରୀ: ଗୁରୁତର ଶିଶୁକୁ ଗାଡିରେ ରଖି ଖାଉଛନ୍ତି ଜଳଖିଆ

ଅନୁଗୋଳ: ପୁଣି ଅବହେଳା କଲେ ୧୦୮ ଆମ୍ବୁଲାନ୍ସ ଗାଡି ଓ କର୍ମଚାରୀ । ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଥିବା ଶିଶୁକୁ ରାସ୍ତା କଡରେ ଛିଡାକରି ୧୦୮ ଗାଡି ଚାଳକ ଓ କର୍ମଚାରୀଙ୍କ ଜଳଖିଆ ଖାଇବାର ଦୁର୍ଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଛକରେ ।

ଏକ ଛୋଟ ଶିଶୁକୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଛାଡି ଜଳଖିଆ ଖାଉଛନ୍ତି ଆମ୍ବୁଲାନ୍ସର ଚାଳକ ଓ କର୍ମଚାରି। ଛେଣ୍ତିପଦାରେ ଏକ ୧୦୮ ଆମ୍ବୁଲାନ୍ସ ଗୁରୁତର ଅବସ୍ଥାରେ ଏକ ଶିଶୁକୁ ନେଇ ଯାଉଥିବା ସମୟରେ ଛେଣ୍ତିପଦା ବ୍ଲକ ଛକରେ ଆମ୍ବୁଲାନ୍ସକୁ ରାସ୍ତା କଡରେ ଛିଡାକରି ଜଳଖିଆ ଖାଇଥିଲେ। ସେତେବେଳେ ଶିଶୁର ସ୍ୱାସ୍ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ତା ଶରୀରରେ ସାଲାଇନ ଲାଗିଥିଲା। କେତେ ବେଳେ କଣ ଯେ ଘଟିବ ତାହା କହିବା ମୁସ୍କିଲ।

କିନ୍ତୁ ଏଭଳି ପରିସ୍ଥିତିରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକାଇବା କେତେଦୂର ଠିକ ତାହା କେମିତି ବୁଝି ପାରିଲେନି ଆମ୍ବୁଲାନ୍ସ କର୍ମଚାରୀ। ଶିଶୁକୁ ବହୁ ବିଳମ୍ବରେ ନେଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଏନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଶିଶୁର ସମ୍ପର୍କୀୟଙ୍କୁ କହି ଆମେ ଜଳଖିଆ ଖାଇଛୁ। ଶିଶୁର ବାପା ମା କିନ୍ତୁ ଭୟରେ କିଛି ମୁହଁ ଖୋଲି ନଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.