ହାଇଦ୍ରାବାଦ: ଦୁନିଆର ସବୁଠୁ ଧନୀ ଉଦ୍ୟୋଗପତି ଏଲନ ମସ୍କଙ୍କ ସ୍ପେଶଏକ୍ସ (SpaceX)ର ଫାଲକନ-9 ରକେଟ ସହାୟତାରେ ଭାରତର ସବୁଠୁ ଉନ୍ନତ ସଞ୍ଚାର ସାଟେଲାଇଟ୍ (କମ୍ୟୁନିକେସନ ସାଟେଲାଇଟ୍)ର GSAT N-2 ବା GSAT 20 ସଫଳ ଉତକ୍ଷେପଣ କରାଯାଇଛି । ସାଟେଲାଇଟକୁ ଆମେରିକାର ଫ୍ଲୋରିଡାର କେପ୍ କାନାଭେରାଲରୁ ଭାରତୀୟ ସମୟ ମଙ୍ଗଳବାର ମଧ୍ୟରାତ୍ରି 12.36ରେ ଲଞ୍ଚ କରାଯାଇଛି । ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି 4700କିଲୋଗ୍ରାମର ଏହି ଭାରତୀୟ ସାଟେଲାଇଟ୍ GSAT-20କୁ ଡିଜାଇନ କରାଯାଇଛି ।
ବିମାନ ଉଡ଼ାଣ ବେଳେ ଚାଲିବ ଇଣ୍ଟରନେଟ୍:-
କୁହାଯାଉଛି, ଏହି ସାଟେଲାଇଟ୍ ଥରେ ଆରମ୍ଭ ହେବା ପରେ ସାରା ଦେଶରେ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ କରିବ । ଯେଉଁଥିରେ ଦୂରଦୂରନ୍ତ ଅଞ୍ଚଳ ଲାଗି ଇଣ୍ଟରନେଟ୍ କନେକ୍ଟିଭିଟି ଓ ବିମାନ ଉଡ଼ାଣ ସମୟରେ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଦାନ କରାଯିବ । ନିକଟରେ କିଛି ନିୟମରେ ପରିବର୍ତ୍ତନ କରାୟାଇଛି, ଯେଉଁଥିରେ ଭାରତୀୟ ବିମାନ କ୍ଷେତ୍ରରେ ଏଭଳି ଯୋଗାଯୋଗକୁ ଅନୁମତି ପ୍ରଦାନ କରାଯାଇଛି ।
Liftoff of GSAT-N2! pic.twitter.com/4JqOrQINzE
— SpaceX (@SpaceX) November 18, 2024
କାହିଁକି ଏଲନ ମସ୍କଙ୍କ ସହାୟତା ଲୋଡ଼ିଲା ISRO ?
ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ISROର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (NSIL) ଚଳିତ ବର୍ଷ ଜାନୁଆରୀ 3 ତାରିଖରେ ଏଲନ୍ ମସ୍କଙ୍କ ସ୍ପେଶ୍ଏକ୍ସ ସହିତ ପ୍ରଥମ ସହଯୋଗ ନେଇ ଘୋଷଣା କରିଥିଲା । ଖବର ଅନୁଯାୟୀ ଭାରତ 430ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଛି, କିନ୍ତୁ ଏହି ଉପଗ୍ରହ ଏତେ ଭାରି ଥିଲା ଯେ ଭାରତୀୟ ଉତକ୍ଷେପଣ ଯାନ ଏହାକୁ ମହାକାଶକୁ ନେବାରେ ଅକ୍ଷମ ଥିଲା । ଏହି କାରଣରୁ ISROକୁ ଏଲନ ମସ୍କଙ୍କ ସ୍ପେଶ୍ଏକ୍ସର ସହଯୋଗ ଲୋଡ଼ିବାକୁ ପଡ଼ିଲା ।
ଏହା ବି ପଢନ୍ତୁ |
Propellant load is underway for today’s Falcon 9 launch of the @NSIL_India GSAT-N2 mission from Florida. Liftoff is targeted for 1:31 p.m. ET pic.twitter.com/aODcW6NW7J
— SpaceX (@SpaceX) November 18, 2024
GSAT N-2 ବା GSAT 20 କଣ ?
ସମ୍ପ୍ରତି ହାଇସ୍ପିଡ୍ ଇଣ୍ଟରନେଟ୍ର ଚାହିଦାକୁ ଦୃଷ୍ଟିରେ ରଖି GSAT-N2 ଡିଜାଇନ କରାଯାଇଛି । ଏହା ବିଶେଷ ଭାବରେ ସେହି କ୍ଷେତ୍ରଗୁଡିକ ପାଇଁ ଲାଭଦାୟକ ହେବ ଯେଉଁଠାରେ ଇଣ୍ଟରନେଟ୍ ସଂଯୋଗ ପାରମ୍ପାରିକ ଭାବରେ ଦୁର୍ବଳ । ଏହି ସାଟେଲାଇଟ୍ର ଓଜନ 4700 କିଲୋଗ୍ରାମ ଏବଂ ଏହା 14 ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
Kudos team #ISRO & #SpaceX for successful launch of #GSAT N2!
— Dr Jitendra Singh (@DrJitendraSingh) November 19, 2024
Aims at enhancing internet services, including in remote areas as well as in-flight connectivity. With personal intervention of PM Sh @narendramodi, ISRO has been able to register one success after the other. pic.twitter.com/rFiZfpOIFG
ଶୁଭେଚ୍ଛା ଜଣାଇଲେ ବିଭାଗୀୟ ମନ୍ତ୍ରୀ:-
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଡକ୍ଟର ଜିତେନ୍ଦ୍ର ସିଂ GSAT N2 ସାଟେଲାଇଟ୍ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଓ ସ୍ପେଶ୍ଏକ୍ସକୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ସେ X ସାଇଟ୍ରେ ଏକ ପୋଷ୍ଟ କରି କହିଛନ୍ତି, "ଅପହଞ୍ଚ ଇଲାକାରେ ଇଣ୍ଟରନେଟ ସେବା ପହଞ୍ଚାଇବା ଓ ବିମାନରେ ମଧ୍ୟ ଇଣ୍ଟରନେଟ ସେବା ପ୍ରଦାନ ଲାଗି ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ତତ୍ତ୍ବାବଧାନରେ ଇସ୍ରୋ ଗୋଟିଏ ପରେ ଗୋଟିଏ ସଫଳତା ହାତେଇବାରେ ଲାଗିଛି ।"
NSIL’s GSAT-N2 High-throughput (HTS) Communication satellite Successfully launched from Cape Canaveral, USA on 19th November 2024.
— NSIL (@NSIL_India) November 18, 2024
(1/3) https://t.co/6fSca6RAsJ
ISRO ଓ SpaceX ମଧ୍ୟରେ ପ୍ରଥମ ପ୍ରୋଜେକ୍ଟ:-
ଭାରି ଉପଗ୍ରହ ବା ସାଟେଲାଇଟ୍ ଲଞ୍ଚ କରିବା ଲାଗି ୟୁରୋପୀୟ ଲଞ୍ଚ୍ ସର୍ଭିସ ନିର୍ଭରତା ପରେ ଇସ୍ରୋ ପ୍ରଥମ ଥର ଲାଗି ଏଲନ ମସ୍କଙ୍କ ସ୍ପେଶ୍ଏକ୍ସର ସହାୟତା ନେଇଛି । ବିଶ୍ବର ପ୍ରମୁଖ ସାଟେଲାଇଟ ଲଞ୍ଚ କମ୍ପାନୀ Arianespaceରେ ବର୍ତ୍ତମାନ ଅପରେସନାଲ ରକେଟ୍ର ଅଭାବ, ଭୂ-ରାଜନୈତିକ ବିବାଦ, ଋଷ ଓ ଚୀନର ବିକଳ୍ପ ସୀମିତ ହେବା ଯୋଗୁଁ ଭାରତ ପାଇଁ ଏବେ SpaceX ସବୁଠୁ ଭଲ ବିକଳ୍ପ ହୋଇପାରିଛି । ଇସ୍ରୋର ସବୁଠୁ ଭାରି ଲଞ୍ଚ ଭେହିକଲ LVM-3 କେବଳ 4000କିଲୋଗ୍ରାମ ସ୍ପେଶକ୍ରାଫ୍ଟ ଲଞ୍ଚ କରିବା ଲାଗି ସକ୍ଷମ, କିନ୍ତୁ ବର୍ତ୍ତମାନର ଚାହିଦା ଏହାଠୁ ଅଧିକ ରହିଛି । ଏଥିଲାଗି ଭାରତୀୟ ମହାକାଶ ଏଜେନ୍ସି ନିଜ ସାମର୍ଥ୍ୟଠାରୁ ବାହାରକୁ ଦେଖିବାକୁ ବାଧ୍ୟ ହୋଇଛି । ଏଥିଲାଗି ଏଲନ ମସ୍କଙ୍କ ସ୍ପେଶ୍ଏକ୍ସର ସହାୟତା ନିଆଯାଇଛି ।