ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ବିଜେପି

ଅନୁଗୋଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏଫଆଇଆର ଦେଲା ବିଜେପି । ଅଧିକ ପଢନ୍ତୁ...

author img

By

Published : Dec 29, 2020, 6:26 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ବିଜେପି

ଅନୁଗୋଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ ନେଇ ଥାନାରେ ଅଭିଯୋଗ । ଅନୁଗୋଳ ଜିଲ୍ଲାର ସମସ୍ତ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେଇଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ଅଭିଯୋଗରେ ବିଜେପି ପକ୍ଷରୁ ଏହି ଏଫଆଇଆର ଦିଆଯାଇଛି ।

ଏହି ଦୁର୍ନୀତିକୁ ନେଇ ବିଜେପି ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଅନୁଗୋଳ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁରେ କରୁଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସରକାର ନାଁ ବଦଳାଇ ବିଜୁ ପକ୍କା ଘର ନାଁରେ ହିତାଧିକାରୀଙ୍କୁ ଦେଇ ବାଃ ବାଃ ସାଉଁଟୁଛନ୍ତି । ଯାହାକୁ ଦଳ ବିରୋଧ କରିଛି । ଏହାସହ ବିଜେପି ପକ୍ଷରୁ ହଡପକାରୀଙ୍କ ଗିରଫ ନେଇ ଦାବି କରାଯିବା ସହ ଥାନା ସମ୍ମୁଖରେ ନାରାବାଜି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.