ETV Bharat / state

ଲକଡାଉନରେ ଲାଭ କରୁଥିଲେ ମଦବେପାରୀ, ବାନ୍ଧିଲା ପୋଲିସ

author img

By

Published : Jun 12, 2021, 9:56 PM IST

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆଁହତା ଗାଁରେ ଥିବା ପୁରୁଣା କାଉଣ୍ଟର ନିକଟରୁ ୮୫ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୋଲିସ । ଜଣେ ଗିରଫ । ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ମଦ ଜବତ
ଲକ୍ଷାଧିକ ଟଙ୍କାର ମଦ ଜବତ

ଅନୁଗୋଳ: ତାଲା ବନ୍ଦ ବେଳେ ବେଆଇନ ମଦ ବେପାର । ପୋଲିସ କବଳରେ ଧରା ପଡିଛି ମଦ ବେପାରୀ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ।

ଜିଲ୍ଲା ବଅଁରପାଳ ଥାନା ନୂଆଁହତା ଗାଁ ରେ ଥିବା ପୁରୁଣା କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଯାହାର ପରିମାଣ ୭୪୦ଲିଟର ହେବ ବୋଲି ଜଣାପଡିଛି ।

ଲକ୍ଷାଧିକ ଟଙ୍କାର ମଦ ଜବତ

କୌଣସି ସୂତ୍ରରୁ ଖବର ପାଇ ଥାନା ପୋଲିସ ସଦଳ ବଳେ ନୂଆଁହତା ଗାଁରେ ଅତର୍କିତ ଚଢ଼ାଉ କରି ନୂଆଁହତା ଗାଁର ନିର୍ମଳ ସାହୁଙ୍କ ପୁଅ ଗଣେଶ ସାହୁକୁ ଗିରଫ କରିଛି ପୋଲିସ ।

ସୂଚନା ଥାଉକି, ବଅଁରପାଳ ଅଞ୍ଚଳରେ କ୍ରମାଗତ ଭାବରେ ବିଦେଶୀ ମଦ ତଥା ଦେଶୀ ମଦ ବିପୁଳ ପରିମାଣରେ ବେଆଇନ ଭାବରେ ବିକ୍ରି ହେଉଅଛି । ଏତେ ପରିମାଣର ମଦ କେବେ ପୁର୍ବରୁ ଜବତ ହୋଇନଥିଲା । ଏକକାଳୀନ ୭୪୦ ଲିଟର ମଦ ଜବତ ହେବା ବଅଁରପାଳ ଥାନାରେ ପ୍ରଥମ ଘଟଣା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.