ETV Bharat / state

ଠାକୁରାଣୀଙ୍କୁ ଡରିଗଲା କି ପ୍ରଶାସନ ? ମନ୍ଦିର ନଭାଙ୍ଗି ଫେରିଗଲା ମେସିନ

author img

By ETV Bharat Odisha Team

Published : Sep 9, 2023, 10:41 AM IST

ମନ୍ଦିର ଭାଙ୍ଗିବାକୁ ଡରିଲା ପ୍ରଶାସନ। ଡରି ମନ୍ଦିର ନଭାଙ୍ଗି ଫେରିଗଲା ପ୍ରଶାସନ । ଗତକାଲି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ । ଅଧିକ ପଢନ୍ତୁ

ମନ୍ଦିର ଭାଙ୍ଗିବାକୁ ଡରିଲା ପ୍ରଶାସନ
ମନ୍ଦିର ଭାଙ୍ଗିବାକୁ ଡରିଲା ପ୍ରଶାସନ
ମନ୍ଦିର ଭାଙ୍ଗିବାକୁ ଡରିଲା ପ୍ରଶାସନ

ଅନୁଗୋଳ: ଠାକୁରଙ୍କୁ ପ୍ରଶାସନର ଡର । ମଙ୍ଗଳା ମନ୍ଦିର ଭାଙ୍ଗିଲେ କାଳେ କିଛି ବିଗ୍ନ ଘଟିବ । ଏ ଆଶଙ୍କାରେ ମନ୍ଦିର ଭାଗିବାକୁ ଆସିଥିବା ବଡବଡ ମେସିନ ସ୍ଥାନ ଛାଡି ପଳାଇଲା । ଫଳରେ ଜବର ଦଖଲ ଉଚ୍ଛେଦ ପାଇଁ ଆସିଥିବା ପ୍ରଶାସନ ଉଚ୍ଛେଦ ନକରି ନିରାଶ ହୋଇ ଫେରିଲା । ଗତାକାଲି ଏଭଳି କିଛି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ନାଲକୋ ଥାନା କାଣ୍ଡସର ଗାଁରେ । କାଣ୍ଡସର ଥିବା ଏକ ମଙ୍ଗଳା ମନ୍ଦିର ଭାଗିବାକୁ ଆସି ପ୍ରଶାସନ ଓ ପୋଲିସ ଶେଷରେ ନିରାଶ ହୋଇ ଫେରିଛି ।

ସୂଚନା ଥାଉକି, ଗତ ବର୍ଷ ମଧ୍ୟ ଠିକ ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । କାଣ୍ଡସର ଗ୍ରାମବାସୀଙ୍କ ବିରୋଧ ଯୋଗୁ ପ୍ରଶାସନ ମନ୍ଦିର ଉଚ୍ଛେଦ କରିପାରି ନଥିଲା । ପରବର୍ତ୍ତୀ ସମୟରେ ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା । ଯାହା ଫଳରେ ଗ୍ରାମବାସୀ ଓ ରାମଚନ୍ଦ୍ର ସାହୁ ଉଭୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ରାମଚନ୍ଦ୍ର ସାହୁଙ୍କ ସପକ୍ଷରେ ଆସିବାରୁ ମଙ୍ଗଳା ମନ୍ଦିର ଉଚ୍ଛେଦ ପାଇଁ ଜିଲ୍ଲା ପ୍ରସାଶନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ବଅଁରପାଳ ତହସିଲଦାର୍, ଅନୁଗୋଳ SDPO, ନାଲକୋ ଥାନା, ଅନୁଗୋଳ ଥାନା ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ସେହି ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ଗ୍ରାମବାସୀଙ୍କ ଆସ୍ଥା ଓ ବିଶ୍ୱାସ ଆଗରେ ଜିଲ୍ଲା ପ୍ରସାଶନକୁ ମୁଣ୍ଡ ନୂଆଇବାକୁ ପଡିଥିଲା ।

ଅଧିକ ପଢନ୍ତୁ...ପ୍ରକୃତି ସ୍ବରୂପିଣୀ ଯୋଗମାୟାଙ୍କ ଧରାବତାରଣ ପାଇଁ ଉଠିଲା ମାଟି, ଗଢା ହେବ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏହି ମନ୍ଦିର ରହିଛି । ମନ୍ଦିରକୁ ଲାଗି ରହିଥିବା ପ୍ଲଟ ନମ୍ବର ୬୨୫୩ ନମ୍ବର ଜାଗାକୁ ରାମଚନ୍ଦ୍ର ସାହୁ କ୍ରୟ କରିଥିଲେ । ତାଙ୍କ ଜାଗା ପାଖକୁ ଯିବାକୁ ଜାତୀୟ ରାଜପଥ ପାର୍ଶ୍ୱରୁ ଓ ଗ୍ରାମ ରାସ୍ତା ଉଭୟ ଦିଗରୁ ସୁବିଧା ରହିଛି । କିନ୍ତୁ ରାମଚନ୍ଦ୍ର ସାହୁ ସେଠାରେ ମନ୍ଦିର ଓ ଏକ ଅସ୍ଥାୟୀ ଘର ରହିଥିବା କାରଣରୁ ଆରମ୍ଭ ଦିନରୁ ବିରୋଧ କରି ଆସୁଛନ୍ତି । ଯାହା ଫଳରେ ଗ୍ରାମବାସୀ ଓ ରାମଚନ୍ଦ୍ର ସାହୁ ଉଭୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । ଶେଷରେ ମନ୍ଦିର ନଭାଙ୍ଗି ପାରି ନିରାଶ ହୋଇ ଫେରିଥିଲା ପ୍ରଶାସନ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.