ETV Bharat / state

ଅନୁଗୋଳରେ ହାଜତ ମୃତ୍ୟୁ ଅଭିଯୋଗ - deth

ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ମଦ୍ୟପ ସ୍ୱାମୀକୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 8, 2019, 11:28 AM IST

ଅନୁଗୋଳ: ମଦ୍ୟପ ସ୍ବାମୀକୁ ସୁଧାରିବାକୁ ଯାଇ ଥାନାରେ ଦେଇଥିବା ମାମଲା ଜଣେ ସ୍ତ୍ରୀ ପାଇଁ ମହଙ୍ଗା ପଡ଼ିଛି । ସ୍ତ୍ରୀର ଏତଲା ପାଇ ସ୍ବାମୀ ଥାନାକୁ ଡକାଇ ମାମଲା ସୁଧାରିବା ବଦଳରେ ମାଡ଼ ମାରି ମଦ୍ୟପ ସ୍ବାମୀକୁ ଜୀବନରୁ ମାରିଦେଇଥିବା ନେଇ ଅନୁଗୋଳରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ଦୀପକ ବାରିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଦୀପକ ଶୁକ୍ରବାର ମଦ ପିଇ ତାର ସ୍ତ୍ରୀକୁ ମାଡ଼ ପିଟାପିଟି କରୁଥିଲା । ଏନେଇ ଦୀପକର ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୀପକକୁ ଥାନାକୁ ଆଣି ମାଡ ମାରିଥିଲା । ସେଠାରେ ଦୀପକ ବେହୋସ ହୋଇଯିବାରୁ ପୋଲିସ ତାକୁ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ପରେ ସେଠାରେ ଦୀପକର ମୃତ୍ୟୁ ହୋଇଛି ।

ସେପଟେ ଘଟଣା ସମ୍ପର୍କରେ ପୋଲିସ ସହିତ ଯୋଗାଯୋଗ କରାଯାଇଥିଲା । ମାତ୍ର ଯୋଗାଯୋଗ ହୋଇ ନପାରିବାରୁ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମର୍ତ୍ତ୍ୟରେ ମାନବୀୟ ରୀତିନୀତି ଅନୁସାରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ ଉତ୍ସବ ।ବୌଦ୍ଧ ର ଅନ୍ୟତମ ଶୈବ ପୀଠ ମାତଙ୍ଗେଶ୍ବର ଙ୍କ ପୀଠରେ ସମ୍ପୂର୍ଣ୍ଣ ରୀତିନୀତି ରେ ଦେବ ଦେବ ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ।

Body:ବୌଦ୍ଧ ର ମହାନଦୀ କୂଳରେ ଥିବା ଶୈବପୀଠ ମାତଙ୍ଗେଶ୍ବର ମହାଦେବଙ୍କ ବିବାହ ଉତ୍ସବ ଅତ୍ୟନ୍ତ ଶ୍ରଦ୍ଧା ଓ ଆନନ୍ଦର ସହ ଶୁକ୍ରବାର ସମାପନ ହୋଇଛି ।କନ୍ୟା ପକ୍ଷରୁ ସମସ୍ତ ବ୍ୟବସ୍ଥା ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା । ବର ପକ୍ଷରୁ ଯୌତୁକ କୁନେଇ ସେଭଳି କୌଣସି ଦାବୀ କରାଯାଇ ନଥିଲେ ମଧ୍ୟ କନ୍ୟା ପକ୍ଷରୁ ବର ଓ ବରଯାତ୍ରୀ ଙ୍କ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା ।ସମ୍ପୂର୍ଣ୍ଣ ବୈଦିକ ତଥା ମାନବୀୟ ରୀତିରେ ବିବାହ ସମାପନ ହୋଇଥିଲା ।

Conclusion:ବାଇଟ-୧-ମହେଶ ପାତ୍ର, ବରପିତା
ବାଇଟ-୨-ଲକ୍ଷ୍ମୀ ପ୍ରିୟା ଚାନ୍ଦ, ଶ୍ରଦ୍ଧାଳୁ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.