ETV Bharat / state

ଚାହିଦା ଅନୁଯାୟୀ ଚାଷୀଙ୍କୁ ମିଳୁନି ବିହନ, ସମବାୟ ସମିତିଙ୍କ ମନମାନି

ଚାହିଦା ଅନୁଯାୟୀ ଚାଷୀଙ୍କୁ ମିଳୁନି ବିହନ । ଯାହାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

author img

By

Published : Jul 7, 2021, 10:59 AM IST

According to the demand, the farmers did not get the seeds in anugul
ଚାହିଦା ଅନୁଯାୟୀ ଚାଷୀଙ୍କୁ ମିଳୁନି ବିହନ, ସମବାୟ ସମିତିଙ୍କ ମାନମାନି

ଅନୁଗୋଳ : ଚାଷ କାମରେ ଲାଗି ପଡ଼ିଲାଣି ଚଷା ପୁଅ । ଆଷାଢ ଯାଇ ଶ୍ରବଣ ଆସିବାକୁ ବସିଲାଣି । କିଭଳି ଜମିରେ ଚାଷ କରିବ ସେଥିପାଇଁ ତରତର ହେଉଛି ଚାଷୀ । ଅକ୍ଷୟ ତୃତୀୟା ଠାରୁ ପ୍ରାୟତଃ ଧାନ ବୁଣା ଆରମ୍ଭ ହୋଇଥାଏ। ଏବେ ଯେଉଁ ବର୍ଷା ହୋଇଛି ଧାନ ବୁଣା ପାଇଁ ସଠିକ ସମୟ। ଚାଷୀ ମାନେ ସେମାନଙ୍କ ଜମିରେ ହଲ କରି ବୁଣାବୁଣି ପାଇଁ ପ୍ରସ୍ତୁତ କରି ରଖିଛନ୍ତି। କିନ୍ତୁ ଚାଷୀକୁ ବିହନ ମିଳୁ ନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଳମ୍ବ ହେଲେ ଉତ୍ପାଦନ କମିବାର ଆଶଙ୍କା ରହିଥିବାରୁ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନୁଗୋଳ ଜିଲ୍ଲାର ଜଳବାୟୁ ଓ ବର୍ଷାର ପରିମାଣ ଦୃଷ୍ଟିରୁ ପୂଜା ଏବଂ କଳା ଚମ୍ପା କିସମର ଧାନ ବିହନ ବେସ ଚାହିଦା ରହିଛି।

ହେଲେ ସେହି କିସମର ବିହନ ପର୍ଯ୍ୟାପ୍ତ ମହଜୁଦ ନାହିଁ। ଦୂର ଦୂରରୁ ଚାଷୀ ମାନେ ବହୁ ଖର୍ଚ୍ଚ କରି ବିହନ କେନ୍ଦ୍ରକୁ ଆସୁଛନ୍ତି। କିନ୍ତୁ ଅନେକ ସମୟରେ ଚାହିଦା ଅନୁସାରେ ବିହନ ନପାଇ ଫେରୁଛନ୍ତି। ତେଣୁ ଚଳିତ ଖରିଫ ଋତୁରେ କେମିତି ଚାଷ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଅନେକ । ଚଳିତ ଖରିଫ ଋତୁରେ ଜିଲ୍ଲାରେ ପ୍ରାୟ ୧୦ ହଜାର ମେଟ୍ରିକ ଟନ ଧାନ ଉତ୍ପାଦନ କରାଯିବାର ଲକ୍ଷ ରଖା ଯାଇଛି। ସେଥିପାଇଁ ଜିଲ୍ଲାରେ ୧୦ ହଜାର କୁଇଣ୍ଟାଲ ବିଭିନ୍ନ କିସମର ଧାନ ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ସ୍ଥିର କରିଛି କୃଷି ବିଭାଗ। ଏବେ ସୁଦ୍ଧା ବିହନ କେନ୍ଦ୍ରରୁ ପ୍ରାୟ ୮,୮୦୦କୁଇଣ୍ଟାଲ ଧାନ ବିହନ ଯୋଗାଣ ସରିଛି।

ଜିଲ୍ଲାରେ ଥିବା ୧୦୩ଟି ସୋସାଇଟି ଓ ଦୁଇ ଜଣ ଡିଲରଙ୍କ ଜରିଆରେ ଏହି ବିହନ ଚାଷୀ ମାନଙ୍କ ନିକଟରେ ପହଞ୍ଚୁଛି। କିନ୍ତୁ ଏବେ ସୁଧା କେତେକ ସ୍ଥାନରେ ଚାଷୀ ଆବଶ୍ୟକ ବିହନ ପାଇ ପାରି ନାହାନ୍ତି। କାରଣ ଅନେକ ସୋସାଇଟି ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିହନ ନେଉ ନାହାନ୍ତି। ତେବେ ବିହନ ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି କେତେକ ସୋସାଇଟିର ଅବହେଳା ଯୋଗୁଁ ଏଭଳି ଅସୁବିଧା ହେଉଛି। କିନ୍ତୁ ବିହନ କେନ୍ଦ୍ରରେ ପର୍ଯ୍ୟାପ୍ତ ବିହନ ମହଜୁଦ ରହିଛି । ଅନିୟମିତ ବର୍ଷା ଯୋଗୁଁ ସଠିକ ଭାବେ ଚାଷ କାର୍ଯ୍ୟ ହୋଇ ପାରୁ ନାହିଁ। ତେଣୁ ବର୍ତମାନ ସମୟରେ ବିହନ ନମିଳିଲେ ଆଗକୁ ପାଣିପାଗ ବଦଳିଲେ ଆଉ ବୁଣାବୁଣି ହୋଇ ପାରିବ ନାହିଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.