ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା । ପ୍ଲାଣ୍ଟର ପଟଲାଇନ ଏ ଓ ବି ମଧ୍ୟ ଭାଗରେ ମ୍ୟାଗନେଟ ଫିଲ୍ଡ ଯୋଗୁଁ ସେ ବାଟ ଦେଇ ଯାଉଥିବା ଏକ କାରକୁ ଚୁମ୍ବକ ଟାଣି ନେଇଥିଲା । ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ।
ସୂଚନା ଅନୁସାରେ, ଏହି ରାସ୍ଥା ଦେଇ କୌଣସି ଗାଡି ଚଳାଚଳ ଅନୁମତି ନଥିବା ବେଳେ ଜଣେ ଠିକାଦାର କାରରେ ପଟଲାଇନ ରାସ୍ତା ଦେଇ ଯାଉଥିବା ବେଳେ ହଠାତ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ନାଲକୋ ପକ୍ଷରୁ ଏହି କ୍ଷେତ୍ରରେ ନୋଟିସ ଲଗାଯାଇ ଗାଡି ଚାଲିବାକୁ ବାରଣ କରାଯାଇଛି । ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାରରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାଲକୋର ସୁରକ୍ଷା ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ