ETV Bharat / state

କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ SP ଅଫିସ ଘେରାଉ କଲା ABVP

author img

By

Published : Jul 27, 2021, 9:47 PM IST

ସହପାଠୀ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ABVPର ଆନ୍ଦୋଳନ । ଅନୁଗୋଳ SPଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ABVPର ସଦସ୍ୟ । ଅଧିକ ପଢ଼ନ୍ତୁ...

କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ABVPର SP ଅଫିସ ଘେରାଉ

ଅନୁଗୋଳ: ସହପାଠୀ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ABVPର ଆନ୍ଦୋଳନ । ଅନୁଗୋଳ SPଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ABVPର ସଦସ୍ୟ । ଗତ ଜୁଲାଇ 24 ତାରିଖରେ ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ସେହି ଗାଁର ଦୁଇଜଣ ନାବାଳକ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ABVPର ସଦସ୍ୟ

ଏହି ଘଟଣାରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତ ରହିଥିବା ନେଇ ଅଭିଯୋଗ ହୋଇଛି । ଏହାର ଅଧିକ ତଦନ୍ତ କରିବା ସହ ଛାତ୍ରୀଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିସଦ ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ABVPର ବହୁ ସଦସ୍ୟ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ବିକ୍ଷୋଭ କରିବା ସହ SPଙ୍କୁ ଘଟଣା ସଠିକ ତଦନ୍ତ କରିବା ପାଇଁ ଦାବି କରିଥିଲେ ।

ସେପଟେ ଏହି ମାମଲାରେ ପୋଲିସ ଗତକାଲି (ସୋମବାର) ଦୁଇ ନାବାଳକଙ୍କୁ ଗିରଫ କରି ଜୁଭେନାଲ ବୋର୍ଡଙ୍କ ନିକଟରେ ହାଜିର କରାଇଛି । ଏହାକୁ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.