ETV Bharat / state

ଏନଟିପିସି ପାଉଁଶ ପୋଖରୀରୁ ମିଳିଲା ଯୁବକର ମୃତଦେହ

କଣିହାଁର ଏନଟିପିସି ପାଉଁଶ ପୋଖରୀରୁ ମିଳିଲା ଯୁବକର କ୍ଷତବିକ୍ଷତ ମୃତଦେହ ।

NTPC ash pond in Anugul
ଏନଟିପିସି ପାଉଁଶ ପୋଖରୀରୁ ମିଳିଲା ଯୁବକର ମୃତ ଦେହ
author img

By

Published : May 16, 2020, 5:58 PM IST

ଅନୁଗୋଳ: ଏନଟିପିସି ପାଉଁଶ ପୋଖରୀରୁ ମିଳିଛି ଯୁବକର କ୍ଷତବିକ୍ଷତ ମୃତଦେହ । ଅନୁଗୋଳ ଜିଲ୍ଲା କଣିହାଁ ଠାରେ ଥିବା ଏନଟିପିସିର ପାଉଁଶ ପୋଖରୀରୁ ମିଳିଛି ଏହି ମୃତଦେହ । ପାଉଁଶ ପୋଖରୀରେ କାମ ଚାଲିଥିବା ବେଳେ ମାଟିତଳୁ ଏହି ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ନାମ ରୁଲୁ ସାହୁ ହୋଇଥିବା ବେଳେ ତାଙ୍କ ଘର ପାଖ କାକୁଡ଼ିଆ ଗାଁ ବୋଲି ଜଣାପଡିଛି। ସେ ପାଉଁଶ ପୋଖରୀ କାମରେ ସୁପରଭାଇଜର ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଛି ।

ଏନଟିପିସି ପାଉଁଶ ପୋଖରୀରୁ ମିଳିଲା ଯୁବକର ମୃତ ଦେହ

ଖବର ପାଇ କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ଜଣା ପଡି ନଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୋଲିସ କହିଛି । ଅନ୍ୟପଟେ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.