ଅନୁଗୋଳ: ଅନୁଗୋଳ ଜିଲ୍ଲାର ପାଲଲହଡା ଅଞ୍ଚଳରେ ଅଭାବନୀୟ ଘଟଣା। ପଥର ଖାଦାନରେ କାମ କରୁଥିବା ଜଣେ 12 ବର୍ଷିୟ ନାବାଳକର ମୃତ୍ୟୁ ଅଭିଯୋଗ।ମୃତକ ହେଲେ ମୁକ୍ତାପୁର ଗ୍ରାମର ସୁଶାନ୍ତ ନାଏକ। ସେ କାମ କରୁଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ଯିବାରୁ ପଥର ପଡି ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ମୃତ ସୁଶାନ୍ତ ସବୁଦିନ ଦିନ ଆଜି ମଧ୍ୟ ତେଲକୋଇ ଅଞ୍ଚଳରେ ଥିବା ପଥର ଖାଦାନରେ କାମ କରୁଥିଲେ। କାମ କରୁଥିବା ବେଳେ ହଠାତ୍ ଉପରୁ ତଳକୁ ଖସି ପଡିଥିଲେ। ଫଳରେ ତାଙ୍କ ଉପରେ ଏକ ପଥର ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦାବି ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାରଲୋକେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ