ETV Bharat / state

ଅନୁଗୋଳରେ ହାତୀ ଉପଦ୍ରବ, 20 ଏକର ଫସଲ ନଷ୍ଟ

author img

By

Published : Jul 30, 2019, 10:02 PM IST

ଅନୁଗୋଳ ଜିଲ୍ଲା ମହିଧରପୁର ଗାଁରେ ବଢିବାରେ ଲାଗିଛି ହାତୀପଲଙ୍କ ଉତ୍ପାତ । ପ୍ରାୟ 15ରୁ ଅଧିକ ହାତୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହାସହ 20 ଏକର ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜଙ୍ଗଲ ଛାଡି ଜନବସତି ମୁହାଁ ହାତୀପଲ । ଅନୁଗୋଳ ଜିଲ୍ଲା ମହିଧରପୁର ଗାଁରେ ବଢିବାରେ ଲାଗିଛି ହାତୀପଲଙ୍କ ଉତ୍ପାତ । ପ୍ରାୟ 15ରୁ ଅଧିକ ହାତୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଢେଙ୍କାନାଳର ହିନ୍ଦୋଳ ଜଙ୍ଗଲରୁ ଏହି ହାତୀ ପଲ ପସି ଆସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପ୍ରାୟ 20 ଏକରରୁ ଅଧିକ ଜମିର ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଧାନ, ମୁଗ, ବିରି ଓ ଅନ୍ୟାନ୍ୟ ଫସଲ ସବୁ ହାତୀପଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।

ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଣ ଫୁଟାଇ ହାତୀ ପଲକୁ ଘଉଡ଼ାଇ ଥିଲେ। ନିକଟସ୍ଥ ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ହାତୀ ଆତଙ୍କ । ଗାଁ ପାଖରେ 15 ହାତୀ !Body:ଅନୁଗୋଳ ଜିଲ୍ଲାର ମହିଧରପୁର ଗାଁରେ ହାତୀ ପଲ। ପ୍ରାୟ 15ରୁ ଅଧିକ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଢେଙ୍କାନାଳ ଜିଲାର ହିନ୍ଦୋଳ ଜଙ୍ଗଲ ରୁ ଏହି ହାତୀ ପଲ ପସିଆସିଥିଲେ। ଧାନ ବିଳରେ ଦଳି ଚକଟି ଦେଇ ନଷ୍ଟ କଟିଥିଲେ। ସେହିପରି ମୁଗ, ବିରି ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ପ୍ରାୟ 20 ଏକରରୁ ଅଧିକ ଜମିର ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ପହଂଚି ବାଣ ଫୁଟାଇ ହାତୀ ପାଳକୁ ଘଉଡ଼ାଇ ଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରେ ଥିବାରୁ ଗ୍ରାମବାସୀ ଭୟ ଭିତ ଅବସ୍ଥାରେ ରହିଛନ୍ତି।Conclusion:ତେବେ ଖବର ପାଇ ବନ ବିଭାଗ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.