ଅନୁଗୋଳ: ବିଶ୍ଵକର୍ମା ପୂଜାରେ ଅଘଟଣ । ନିର୍ମାଣ ବେଳେ ଟେଣ୍ଟ ମାଡି ବସିବାରୁ ୮ ଜଣ ଟେଣ୍ଟ କର୍ମଚାରୀ ଗୁରୁତର । ଏଭଳି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲାର ନାଲକୋ ବିଶ୍ବକର୍ମା ପୂଜାରେ । ତେବେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଟ ସ୍ଥଳରେ କେହି ନଥିବାରୁ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଥିବା କୁହାଯାଉଛି ।
ଅନୁଗୋଳ ଜିଲ୍ଲାର ନାଲକୋରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବିଶ୍ବକର୍ମା ପୂଜା । ତେବେ ଶନିବାର ଏଠାରେ ଖଦି ଓ ଗ୍ରାମ୍ୟଦୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟଟି ଭୁଶୁଡି ପଡିଛି । ଫଳରେ ଟେଣ୍ଟ ଉପରେ ଥିବା ୮ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ସିଂ ଟେଣ୍ଟ ହାଉସର ଶ୍ରମିକ ବୋଲି ଜଣାପଡ଼ିଛି ।
ଏହି ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କ ମଧ୍ୟରେ ବିରେନ୍ଦ୍ର ବିଶ୍ବାଳ, ମନୋଜ ସାହୁ, ବିମ୍ବାଧର ସାମଲ, ଅରକ୍ଷିତ ସାହୁ ଓ ମହରଗା ଭୁତିଆ ରହିଛନ୍ତି । ତେବେ ଏଠାରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ରମିକ ମାନେ । ତେବ ଟେଣ୍ଟ ନିର୍ମାଣ ସାରିଥିଲେ ଏଠାରେ ଖଦି ଓ ଗ୍ରାମଦ୍ୟୋଗ ହାଟର ଶୁଭାରମ୍ଭ ହୋଇଥାନ୍ତା । ସବୁଠାରୁ ବଡ଼ କଥା ହେଉଛି ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଟ ସ୍ଥଳରେ କେହି ନଥିଲେ । ଫଳରେ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଥିବା କୁହାଯାଉଛି ।
ଇଟିଭି ଭାରତ, ଅନୁଗୋଳ