ଅନୁଗୋଳ: ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ଠାକୁରାଣୀ ମନ୍ଦିରର ହେବେ ଉନ୍ନତିକରଣ । ପୁରା ଅଞ୍ଚଳର ହେବ ନବ କଳେବର । ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ ।
ପ୍ରଗତିର ନକ୍ସା ପ୍ରସ୍ତୁତି ପାଇଁ ଅନୁଗୋଳ ଗ୍ରସ୍ତରେ ଥିବା 5ଟି ସଚିବ ଗୋଟିଏ ପରେ ଗୋଟିଏ ଦେବାଳୟ ବୁଲି ଦେଖୁଛନ୍ତି। ଗତକାଲି (ସୋମବାର) ମା’ ହିଙ୍ଗୁଳାଙ୍କ ଦର୍ଶନରୁ ଗ୍ରସ୍ତ ଆରମ୍ଭ କରିଥିବା ବେଳେ ଆଜି ପ୍ରଭୂ ଜଗନ୍ନାଥଙ୍କ ଦର୍ଶନରୁ ଗସ୍ତ ଆରମ୍ଭ କରିଛନ୍ତି । ଅନୁଗୋଳ ସହରର କେନ୍ଦ୍ର ସ୍ଥଳରେ ଥିବା ଶୈଳ ଶ୍ରୀକ୍ଷେତ୍ର ମନ୍ଦିରରେ ପହଁଚି ଶ୍ରୀ ବିଘ୍ରହମାନଙ୍କ ଦର୍ଶନ କରିବା ସହ କିଭଳି ଏହାର ଉନ୍ନତିକରଣ ହୋଇ ପାରିବ ସେନେଇ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ।
ସୁନା ଶଗଡ଼ ପାହାଡ଼ ଉପରେ ଅବସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ଓ ଆଖପାଖ ମନ୍ଦିର ଓ ପୁରା କ୍ଷେତ୍ର କିଭଳି ଉନ୍ନତି ହୋଇ ପାରିବ ସେନେଇ ନିଜେ ବୁଲି ଦେଖିବା ସହ ଆଲୋଚନା ମଧ୍ୟ କରିଛନ୍ତି । ଏହା ଛଡା ବୁଢ଼ୀ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନା କରିବା ସହ ପୀଠର ଉନ୍ନତି ପାଇଁ କେଉଁ ପଦକ୍ଷେପ ନିଆ ଯାଇପାରିବ ତାହା ମଧ୍ୟ ବୁଲି ଦେଖିଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଖୁସିର ଖବର ଦେବେ ବୋଲି କହିଛନ୍ତି । ସେଠାରୁ ଯାଇ 5T ହାଇସ୍କୁଲ ବୁଲି ଦେଖିଥିଲେ । ପରେ ମିଶନ ଶକ୍ତିଙ୍କ ଦ୍ୱାରା ପରିଚାଳିତ କାଫେରେ ଜଳଖିଆ ଖାଇବା ପରେ ପାଲଲହଡ଼ା ଓ ଆଠମଲ୍ଲିକ ଓ କିଶୋର ନଗର ଗସ୍ତ କରିଥିଲେ ପାଣ୍ଡିଆନ ।
ସୋମବାର ଅନୁଗୋଳ ଖଲାରି ସ୍କୁଲ୍ରେ ପିଲାଙ୍କ ସହ ବାସ୍କେଟ୍ ବଲ ଖେଳିଥିଲେ 5T ସଚିବ । ଏହାପରେ ଖଲାରି ହାଇସ୍କୁଲରେ 5ଟି ସଚିବ ପିଲାମାନଙ୍କ ସହ ବାସ୍କେଟ୍ ବଲ୍ ଖେଳିଥିଲେ । ବହୁ ସମୟ ଧରି ଖେଳିବା ସହ ପିଲାଙ୍କୁ ଖେଳ ସମ୍ପର୍କରେ ବୁଝାଇ ଥିଲେ । ନିଜେ ବାସ୍କେଟ୍ କରି ଦେଖାଇ ଥିଲେ । ସଚିବଙ୍କ ଖେଳ ଦେଖି ସ୍କୁଲର ପିଲା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ସ୍କୁଲ୍ର ପରିବର୍ତ୍ତନ କିପରି ଲାଗୁଛି ସେନେଇ ପିଲାମାନଙ୍କ ସହ ଆଲୋଚନା ବି କରିଥିଲେ ।
ଏହା ବି ପଢ଼ନ୍ତୁ: ପିଲାଙ୍କ ସହ ବାସ୍କେଟ୍ ବଲ୍ ଖେଳିଲେ ପାଣ୍ଡିଆନ, ଶିଖାଇଲେ ବାସ୍କେଟ୍ ଟେକ୍ନିକ୍
ଇଟିଭି ଭାରତ, ଅନୁଗୋଳ