ETV Bharat / state

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ପରଖିଲେ 5'ଟି' ଟିମ୍ - ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 5'ଟି' ଓ ତାଙ୍କ ଟିମ୍

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 5'ଟି' ଓ ତାଙ୍କ ଟିମ୍ । ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କଥା ହୋଇ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 29, 2019, 3:01 PM IST

ଅନୁଗୋଳ: ଜିଲ୍ଲାରେ 5'ଟି' ସଚିବ ଭି କେ ପାଣ୍ଡିଆନ୍‌ ଓ ତାଙ୍କ ଟିମ୍ । ଏହି ଗସ୍ତ ସମୟରେ 5'ଟି' ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କଥା ହୋଇଛନ୍ତି ।

ପାଣ୍ଡିଆନ ଓ ତାଙ୍କ ଟିମ୍ ହେଲିକପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚି ପରେ ସେଠାରୁ ସିଧାସଳଖ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ମେଡିସିନ ୱାର୍ଡ ପରିଦର୍ଶନ କରିଥିଲେ । ସେଠାରୁ ସେ ସ୍ତ୍ରୀ ଓ ପ୍ରସୂତି ୱାର୍ଡର ସ୍ଥିତି ଓ ସେମାନଙ୍କୁ ସରକାରୀ ସୁବିଧା ମିଳୁଛି କି ନାହିଁ ବୁଝିଥିଲେ । ଏଥିସହିତ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ଦିଆଯାଉଛି କି ନାହିଁ, ହସ୍ପିଟାଲ କର୍ତ୍ତୃପକ୍ଷ ଠିକ୍ ଭାବରେ ଖାଦ୍ୟ ଦେଉଛନ୍ତି କି ନାହିଁ, ଡାକ୍ତରମାନେ ରୋଗୀଙ୍କୁ କିଭଳି ବ୍ୟବହାର କରୁଛନ୍ତି ଏସବୁ ସମ୍ପର୍କରେ ପାଣ୍ଡିଆନ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ହସ୍ପିଟାଲର ସ୍ଥିତି ପରଖିବା ପରେ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ତାଙ୍କ ସହ ଆସିଥିବା ଅର୍ଥ ସଚିବ ଅଶୋକ ମିନା ଓ ଏନଏଚଏମ ସଚିବ ସାଳିନୀ ପଣ୍ଡିତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଖୁବ୍‌ ଶୀଘ୍ର ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ଜିଲାର ଏହି ଚିକିତ୍ସାଳୟକୁ 300ବେଡ଼ ବିଶିଷ୍ଟ ହସ୍ପିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଯେଉଁ ଔଷଧ ମିଳୁନାହିଁ, ତାକୁ କିଭଳି ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ପାଣ୍ଡିଆନଙ୍କ ସହ ଏହି ଗସ୍ତରେ ଅର୍ଥ ସଚିବ ଅଶୋକ ମିନା ଓ ଏନଏଚଏମ ସଚିବ ଶାଳିନୀ ପଣ୍ଡିତଙ୍କ ସହ ଅନୁଗୋଳ ଜିଲ୍ଲାପାଳ, ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ଅନ୍ୟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ 5ଟି ସଚିବ ଭି କେ ପଣ୍ଡିଆନ । ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିବା ସହ ରୋଗୀ ଙ୍କ ସହ କଥା ହୋଇଛନ୍ତି । ରୋଗୀ ମାନଙ୍କୁ ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ଔଷଧ ଦିଆଯାଉଛି କି ନାହିଁ , ହସପିଟାଲର କର୍ତ୍ତୃପକ୍ଷ ଠିକ ରେ ଖାଦ୍ୟ ଦେଉଛନ୍ତି କି ନାହିଁ ଓ ଡାକ୍ତର ମନେ ରୋଗୀ ମାନକୁ କିଭଳି ବ୍ୟବହାର କରୁଛନ୍ତି ସେ ନେଇ ପଚାରି ବୁଝିଛନ୍ତି ପଣ୍ଡିଆନ Body:।ହେଲିକ୍ୟାପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମ ରେ ପହଁଚିବା ପରେ ସିଧା ଡାକ୍ତର ର ମେଡ଼ିସିନ ୱାଡ଼ ବୁଲି ଦେଖିଥିଲେ । ସେଠାରୁ ଆସି ସ୍ତ୍ରୀ ଓ ପ୍ରସୂତି ୱାଡ଼ ର ସ୍ଥିତି ଓ ସେମାନଙ୍କୁ ସରକାରୀ ସୁବିଧା ମିଳୁଛି କି ନାହିଁ ବୁଝିଥିଲେ । ଏହା ପରେ ଚିକିତ୍ସା ଲୟସମ୍ମିଳନୀରେ କ୍ଷରେ ଜିଲାପାଳ , ତାଙ୍କ ସହ ଆସିଥିବା ଅର୍ଥ ସଚିବ ଅଶୋକ ମିନା ଓ ଏନ ଏଚ ଏମ ସଚିବ ସାଳିନୀ ପଣ୍ଡିତ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଖୁବ ଶୀଘ୍ର ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ଜିଲା ଏହି ଚିକିତ୍ସା ଲୟ କୁ 300 ବେଡ଼ ବିଶିଷ୍ଠ ହସ୍ପିଟାଲ କରିବାକୁ ନିର୍ଦେଶ ଦେଇଛନ୍ତି ।ଏତତ ବ୍ୟତୀତ ଯେଉଁ ଔଷଧ ମିଳୁନାହିଁ ତାକୁ କିଭଳି ଯୋଗାଇ ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।
Byte - 1 ମନୋଜ କୁମାର ମହାନ୍ତି
Byte - 2 ରୋଗୀ
Byte - 3 ରୋଗୀ Conclusion:ଅହି ଗ୍ରସ୍ତ ସମୟରେ ଅର୍ଥ ସଚିବ ଶୋକ ମିନା ଓ NHM ସଚିବ ଶାଲିନୀ ପଣ୍ଡିତଙ୍କ ସହ ଅନୁଗୋଳ ଜିଲ୍ଲାପାଳ , ଉତ୍ତରକେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ଅନ୍ୟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

For All Latest Updates

TAGGED:

anugul news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.