ଅନୁଗୋଳ: ଜିଲ୍ଲାରେ ୫୪ତମ ରାଜ୍ୟସ୍ତରୀୟ ସିନିଅର ଖୋଖୋ ଚମ୍ପିଆନ୍ସିପ୍ ଆରମ୍ଭ ହୋଇଛି । ରାଜ୍ୟର ୨୩ଟି ଜିଲ୍ଲାରୁ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଏହି ଚମ୍ପିଆନ୍ସିପ୍ରେ ଭାଗ ନେଇଛନ୍ତି । ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନସିପ୍ ଜାରି ରହିବ । ଉଭୟ ପୁରୁଷ ଓ ମହିଳା ବର୍ଗ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହେବାକୁ ଦମ୍ ଦେଖାଉଛନ୍ତି ।
ରାଜ୍ୟ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏଠାରୁ ଚୟନ ହୋଇଥିବା ଖେଳାଳି ଆସନ୍ତା ୨୬ ତାରିଖରେ ମଧ୍ୟପ୍ରଦେଶର ଜବଲପୁର୍ରେ ହେବାକୁ ଥିବା ଜାତୀୟ ଖୋଖୋ ଚମ୍ପିଆନ୍ସିପ୍ରେ ଭାଗ ନେବେ । ଅନୁଗୋଳ ଷ୍ଟାଡିୟମର ୪ଟି କୋର୍ଟରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଜିଲ୍ଲା ଜିଲ୍ଲା ମଧ୍ୟରେ ଲିଗ୍ ଓ ନକ୍ଆଉଟ ପର୍ଯ୍ୟାୟରେ ମ୍ୟାଚ କରାଯାଇଛି ।
ଅନୁଗୋଳ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ଉତ୍ସବରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହଡ଼ା ବିଧାୟକ ମୁକେଶ୍ ପାଲ୍ ଓ ଅନ୍ୟ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ