ETV Bharat / state

ଭୋଟଗଣତି କେନ୍ଦ୍ରରୁ ଫେରିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା କାର, 5 ମୃତ

ଅନୁଗୋଳ ଖମାର ଥାନା ଖମାର ନିକଟରେ ଦୁର୍ଘଟଣା । ଟ୍ରକକୁ ପଛପଟୁ କାର ଧକ୍କା ଦେବାରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 1, 2022, 8:37 AM IST

ଭୋଟ ଗଣତି କେନ୍ଦ୍ରରୁ ଫେରିବା ସମୟରେ ଟ୍ରକକୁ ପଛପଟୁ ଧକ୍କା ଦେଲା କାର , 5 ମୃତ

ଅନୁଗୋଳ: ଭୋଟ ଗଣତି କେନ୍ଦ୍ରରୁ ଫେରୁଥିବା ସମୟରେ ଅଘଟଣ । ଟ୍ରକକୁ ପଛପଟୁ ଏକ କାର ଧକ୍କା ଦେବାରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଅନୁଗୋଳ ଖମାର ଥାନା ଖମାର ନିକଟରେ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ 3ଟା ସମୟରେ ଏକ କାରରେ ହିଂଜିଡି ପଞ୍ଚାୟତର ୫ ଜଣ ଘରକୁ କାରରେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସି ଖମାର ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ମୃତ 5 ଜଣ ହେଲେ ଦିଲ୍ଲୀପ କୁମାର ସାହୁ, ବାପୁନ କୁମାର ସାହୁ , ରାନୁ ପ୍ରଧାନ , ଚନ୍ଦ୍ର ସାହୁ ଓ ପିନୁ ସାହୁ ବୋଲି ଜଣାପଡିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.