ETV Bharat / state

46 ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC, ନିରନ୍ତର ଦେଶକୁ ଯୋଗାଇ ଚାଲିଛି ସେବା

କୋଭିଡ କଟକଣା ସମୟରେ ମଧ୍ୟ ଶତପ୍ରତିଶତ ବିଜୁଳି ଉତ୍ପାଦନ ଜାରିରଖିଛି ଏନଟିପିସି । କୋଭିଡ କଟକଣା ମଧ୍ୟରେ ଅନୁଗୋଳ କଣିହାଁ ୟୁନିଟିରେ ଡିଜିଟାଲି କର୍ମଚାରୀଙ୍କୁ ସମ୍ବୋଧନ କଲେ ପ୍ଲାଣ୍ଟର ମୁଖ୍ୟ । ଅଧିକ ପଢନ୍ତୁ...

46 ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC, ନିରନ୍ତର ଦେଶକୁ ଯୋଗାଇ ଚାଲିଛି ବିଦ୍ୟୁତ

author img

By

Published : Nov 8, 2020, 7:36 AM IST

ଅନୁଗୋଳ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସିର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାର କଣିହାଁ ୟୁନିଟିରେ ଏହି ଦିବସକୁ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇଛି । ପ୍ଲାଣ୍ଟର ପ୍ରଶାସନିକ କାର୍ଯ୍ୟାଳୟରେ ଏନଟିପିସିର ପତାକା ଉତ୍ତୋଳନ କରିଥିଲେ କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ।

46 ବର୍ଷରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPC, ନିରନ୍ତର ଦେଶକୁ ଯୋଗାଇ ଚାଲିଛି ବିଦ୍ୟୁତ

ବିଜୁଳି ଉତ୍ପାଦନକାରୀ କମ୍ପାନୀ ହିସାବରେ ଏନଟିପିସି ନିଜର ସମସ୍ତ ଦାଇତ୍ବ ବୋଧକୁ ଏହି କୋଭିଡ ସମୟରେ ପାଳନ କରିଆସିଛି । କୋଭିଡର ଚ୍ୟାଲେଞ୍ଜକୁ ମୁକାବିଲା କରି ଶତପ୍ରତିଶତ ଉତ୍ପାଦନ ଜାରିରଖିଛି କମ୍ପାନୀ । ଯାହା ପାଇଁ ଡିଜିଟାଲି ଆୟୋଜିତ ସଭାରେ ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ କମ୍ପାନୀର ମହାପ୍ରବନ୍ଧକ ।

ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରେ ଭର୍ଚୁଆଲି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.