ଅନୁଗୋଳ: ରାଜ୍ୟବାସୀଙ୍କ ଚିନ୍ତା ବଢାଇବାରେ ଲାଗିଛି କୋରୋନା ଭୂତାଣୁର ସ୍ଥାନୀୟ ସଂକ୍ରମଣ । ଗୋଟିଏ ପଟେ ରାଜ୍ୟରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ ଚିନ୍ତାକୁ ଦ୍ବିଗୁଣିତ କରିଛି । ଏମିତିରେ ଗୁରୁବାର ଜିଲ୍ଲାରେ ଚିହ୍ନଟ ହୋଇଛି 4 ସଂକ୍ରମଣ ମାମଲା । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କୁ ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
![corona situation in angul, corona update in angul, angul latest news, coronavirus news, ଅନୁଗୋଳରେ କୋରୋନା ସ୍ଥିତି, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-ang-05-angul-4positive-dry-7202779_16072020202832_1607f_1594911512_241.jpg)
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ମୁତାବକ ଜିଲ୍ଲାରେ ଚିହ୍ନଟ 4 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଛେଣ୍ଡିପଦା ବ୍ଲକର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ 3 ବର୍ଷର ଶିଶୁ ରହିଛି । ସେପଟେ ଅନ୍ୟ ଜଣେ ଆକ୍ରାନ୍ତ ତାଳଚେର ବ୍ଲକର ଜଣେ 24 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ଯୁବକ ଜଣଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିବା ବେଳେ ସେଠାରୁ ଫେରିବା ପରେ ପଜିଟିଭ ରହିଥିବା ଜଣା ପଡିଥିଲେ ।
ସଦ୍ୟ ଚିହ୍ନଟ ଆକ୍ରାନ୍ତମାନଙ୍କୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 158ରେ ପହଞ୍ଚିଥିବା ଜଣାପଡିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ