ETV Bharat / state

ସାତକୋଶିଆ ପାଇଁ ଖୁସି ଖବର, ପ୍ରାକୃତିକ ଆବାସ ସ୍ଥଳୀରେ ମିଳିଲା ୩୨ ଘଡ଼ିଆଳ ଛୁଆ - ଆବାସ ସ୍ଥଳୀରେ ମିଳିଲା ୩୨ ଘଡ଼ିଆଳ ଛୁଆ

ସତକୋଶିଆରେ ପୁଣିଥରେ ଖୁସି ଖବର । ମଙ୍ଗଳବାର ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡ଼ିଆଳ ଛୁଆ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସାତକୋଶିଆ ପାଇଁ ଖୁସି ଖବର, ପ୍ରାକୃତିକ ଆବାସ ସ୍ଥଳୀରେ ମିଳିଲା ୩୨ ଘଡ଼ିଆଳ ଛୁଆ

author img

By

Published : May 11, 2022, 9:50 PM IST

ଅନୁଗୋଳ: ସତକୋଶିଆରେ ପୁଣିଥରେ ଖୁସି ଖବର । ଗତକାଲି (ମଙ୍ଗଳବାର) ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ୩୨ଟି ଘଡ଼ିଆଳ ଛୁଆ ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଏହା ଦେଖିଥିଲେ । ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମା’ର ଫୋଟୋ ମଧ୍ୟ ଉତ୍ତୋଳନ ହୋଇଛି । ତେଣୁ, ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି ।

ସାତକୋଶିଆ ପାଇଁ ଖୁସି ଖବର, ପ୍ରାକୃତିକ ଆବାସ ସ୍ଥଳୀରେ ମିଳିଲା ୩୨ ଘଡ଼ିଆଳ ଛୁଆ

ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଏବଂ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି । ଘଡ଼ିଆଳ ଛୁଆ ମାନଙ୍କୁ ମା ଘଡ଼ିଆଳ ଜଗି ରହିଛି । ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶବିତ ମାନେ କହିଛନ୍ତି । ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି ।

କାରଣ ଦୀର୍ଘ ୪୦ ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ଏକ ଘଡ଼ିଆଳ ୨୮ଟି ଛୁଆ ଦେଖିବାକୁ ମିଳିଥିଲା । ହେଲେ ଏବେ ଗୋଟିଏ ହେଲେ ଛୁଆର ପତା ମିଳୁନି । କେବଳ ୪ଟି ଛୁଆକୁ ପୁରୀ କେନାଲରୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି । କିନ୍ତୁ ଏବେ ବନ୍ୟା ଓ ବର୍ଷାର ଆଶଙ୍କା ନଥିବାରୁ ଛୁଆ ଗୁଡିକ ସେହି ଆବାସସ୍ଥଳିରେ ବଞ୍ଚିଯାଇ ପାରନ୍ତି ବୋଲି ଆଶାପ୍ରକଟ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.