ETV Bharat / state

ଶିକ୍ଷା ପାଇଁ ନାଲକୋର ଅବଦାନ, 300 ସ୍କୁଲରେ ସ୍ମାର୍ଟ କ୍ଳାସ ବ୍ୟବସ୍ଥା

author img

By

Published : Jul 15, 2022, 9:25 AM IST

ରାଜ୍ୟରେ ୩୦୦ ସ୍କୁଲରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କଲା ନାଲକୋ । କେନ୍ଦ୍ର ଖଣି ସଚିବ ଏହି ବ୍ୟବସ୍ଥାର କଲେ ଆରମ୍ଭ । ଅଧିକ ପଢନ୍ତୁ

ଶିକ୍ଷାପାଇଁ ନାଲକୋର ଅବଦାନ, 300 ସ୍କୁଲରେ ସଂଯୋଗ କଲା ସ୍ମାର୍ଟ କ୍ଳାସ

ଅନୁଗୋଳ: ରାଜ୍ୟରେ ୩୦୦ ସ୍କୁଲରେ ସ୍ମାର୍ଟ କ୍ଲାସ ପାଇଁ ବ୍ୟବସ୍ଥା କଲା ନାଲକୋ । କେନ୍ଦ୍ର ଖଣି ସଚିବ ଏହି ବ୍ୟବସ୍ଥାର ଆରମ୍ଭ କରିଛନ୍ତି । ଅନୁଗୋଳ-ଢେଙ୍କାନାଳ ସମେତ କୋରାପୁଟ, ନବରଙ୍ଗପୁର ଓ ବିଶାଖାପାଟଣାର ପିଲାମାନେ ମଧ୍ୟ ଏହି ସ୍ମାର୍ଟ ଉପକାର ପାଇବେ । ଗୁରୁବାର ନାଲକୋ ତରଫରୁ ଅନୁଗୋଳ ଜିଲ୍ଲାର ୪୬ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସ ଆରମ୍ଭ କରାଯାଇଛି । ୪୬ଟି ହାଇସ୍କୁଲର ୮୦ଟି କ୍ଲାସରୁମକୁ ପ୍ରୋଜେକ୍ଟର ଦିଆଯାଇଛି ।

ଏଥିସହ ରାଜ୍ୟର ଢେଙ୍କାନାଳ, କୋରାପୁଟ ଓ ନବରଙ୍ଗପୁରର ମଧ୍ୟ ଶତାଧିକ ସ୍କୁଲରେ ଏହି ବ୍ୟବସ୍ଥା ନାଲକୋ ତରଫରୁ ଦିଆଯାଇଛି । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭର୍ଚୁଆଲ ମାଧ୍ୟମରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଆଲୋକ ଟଣ୍ଡନ ଏହାକୁ ଉଦଘାଟନ କରିଥିଲେ । ଖଣି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ନାଲକୋର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇଥିଲେ ।

ଆସନ୍ତା ଗୋଟିଏ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍ମାର୍ଟ କ୍ଲାସଗୁଡିକୁ ନାଲକୋ ତରଫରୁ ତଦାରଖ କରାଯିବ । ସ୍ମାର୍ଟ କ୍ଲାସ ଜରିଆରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାପାଇଁ ନାଲକୋ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟ କ୍ଲାସ ଯୋଗୁଁ ଅନୁଗୋଳ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହାଛଡା ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ନାଲକୋକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.