ଅନୁଗୋଳ: ଜିଲ୍ଲାର ଶନିବାର ପୁଣି 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34ରେ ପହଞ୍ଚିଛି । ଚିହ୍ନଟ 2 ଜଣ ଆକ୍ରାନ୍ତ ମୁମ୍ବାଇ ଫେରିଥିବା ବେଳେ ସେମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉଭୟ ଚିହ୍ନଟଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଯାଇଛି । ସେପଟେ ଜିଲ୍ଲାରେ ଏଯାବତ 25 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 4912 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ 4568 ରିପୋର୍ଟ ଆସିଛି । ସେଥିମଧ୍ୟରୁ 34 ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବା ବେଳେ ଆଉ 310 ଜଣଙ୍କ ରିପୋର୍ଟ ଆସିନଥିବା ସୂଚନା ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ